Latest Odisha News

BREAKING NEWS

ରାହୁଲ୍ ଦ୍ରାବିଡ଼ଙ୍କ ପୁଅ ୧୪ ବର୍ଷରୁ କମ୍ କ୍ରିକେଟରେ କଲେ କମାଲ୍ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ‘ଦି ୱାଲ’ ଭାବେ ପରିଚିତ ରାହୁଲ ଡ୍ରାଭିଡଙ୍କ ପୁତ୍ର ସମିତ ୧୪ ବର୍ଷରୁ କମ୍ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେ ଧାରବାଡ ଜୋନ ବିପକ୍ଷରେ ଅଲରାଉଣ୍ଡ ପ୍ରଦର୍ଶନ କରିଛନ୍ତି।

ବ୍ୟାଟିଂରେ ଦ୍ୱିଶତକ (୨୦୧) ହାସଲ କରିଥିବା ବେଳେ ୨୬ ରନ ଦେଇ ୩ଟି ଓ୍ବିକେଟ ହାସଲ କରିଥିଲେ । ସମିତ ତାଙ୍କ ଆକର୍ଷଣୀୟ ଇନିଂସରେ ୨୨ଟି ଚୌକା ମାରିଥିଲେ । ଧାରବାଡ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୨୪ ରନ କରିଥିଲା । ଜବାବରେ ସମିତଙ୍କ ଟିମ ଭାଇସ ପ୍ରେସିଡେନ୍ସ ଏକାଦଶ ପ୍ରଥମ ଇନିଂସରେ ୭ ଉଇକେଟ ବିନିମୟରେ ୩୭୨ କରି ଇନିଂସ ଘୋଷଣା କରିଥିଲା ।

ଦ୍ୱିତୀୟ ଇନିଂସରେ ଦଳ ୧ ଓ୍ବିକେଟ ବିନିମୟରେ ୮୦ ରନ କରିଛି । ଏହା ପୂର୍ବରୁ ସମିତ ୧୨ ବର୍ଷରୁ କମ୍ କ୍ରିକେଟରେ ୩ ଅର୍ଦ୍ଧଶତକ ହାସଲ କରିଥିଲେ ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟରେ ଡ୍ରାଭିଡ ଟେଷ୍ଟରେ ୧୩୨୮୮ ଓ ଦିନିକିଆରେ ୧୦୮୮୯ ରନ ସଂଗ୍ରହ କରିଥିଲେ । ତାଙ୍କୁ ଭାରତୀୟ ସର୍ବକାଳୀନ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଗଣତି କରାଯାଏ ।

Leave A Reply

Your email address will not be published.