Latest Odisha News

BREAKING NEWS

ଓଏସଏସସିର ନୂତନ ଅଧ୍ୟକ୍ଷ ହେଲେ ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସଏସସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗି । ପୂର୍ବତନ ଡିଜିପି ଅଭୟ ଇସ୍ତଫା ପରେ ସୁଧାକର ବୁର୍ଗିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ୧୯ ମେ’ ୨୦୨୫ରେ ଅଭୟ ଓଏସଏସସି ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ ।

ଓଏସଏସସିର ସଦସ୍ୟ ଅଛନ୍ତି ସୁଧାକର ବୁର୍ଗୀ । ବିଜ୍ଞପ୍ତି ଅନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ସୁଧାକର ବୁର୍ଗିଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କ ନିଜସ୍ୱ ଦାୟିତ୍ୱ ସହିତ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯାଉଛି ।

 

ଆଇଏଏସ୍ ସୁଧାକରଙ୍କୁ ୫ ବର୍ଷ ପାଇଁ ଓଏସଏସିର ସଦସ୍ୟ ଭାବରେ ମନୋନୀତ କରାଯାଇଛି । ତାଙ୍କର ଦରମା, ଭତ୍ତା ଏବଂ ସେବା ସର୍ତ୍ତାବଳୀ ଓଏସଏସସି ନିୟମ, ୧୯୯୫ ଦ୍ୱାରା ନିୟନ୍ତ୍ରିତ ହେବ ବୋଲି ସୂଚନା ରହିଛି ।

ତେବେ ସୁଧାକର ବୁର୍ଗିଙ୍କ ସହିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ପ୍ରଫେସର ଶ୍ରୁତି ଦାସ ଓ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ ଉଦୟ ନାରାୟଣ ଦାସଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି ।

Comments are closed.