ଲକ୍ଷ୍ନୌ: ବୟସ ମାତ୍ର ୨୩ । ହେଲେ ଏପର୍ଯ୍ୟନ୍ତ ୨୫ ଜଣଙ୍କ ସହ ବିବାହ ବନ୍ଧନରେ ବୟନ୍ଧି ହୋଇସାରିଲେଣି । ପ୍ରଥମେ ପ୍ରଲୋଭନ ଦେଖାଇ ବିବାହ କରିବା ଆଉ ପରେ ଟଙ୍କା, ସୁନା ନେଇ ପଳେଇବା…ଲୁଟେରୀ କନିଆର କିଛି ଏପରି ଚାଞ୍ଚଲ୍ୟ ଘଟଣା ଏମେ ସମସ୍ତଙ୍କୁ ଚକିତ କରିଛି ।
ବଲିଉଡ୍ ଚଳଚ୍ଚିତ୍ର ‘ଲେଡିଜ୍ ବନାମ ରିକି ବହଲ୍’ ପରି ଏକ ଘଟଣାରେ, ରାଜସ୍ଥାନ ପୋଲିସ ମଙ୍ଗଳବାର ଦିନ ୨୫ ଜଣ ବରଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ନେଇ ପଳାଇବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି। ଅନୁରାଧା ନାମକ ‘ଲୁଟେରୀ କନିଆ’କୁ ମଧ୍ୟପ୍ରଦେଶର ଭୋପାଳରେ ଗିରଫ କରାଯାଇଛି। ସେ ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ମୂଳ ବାସିନ୍ଦା। ସେ ନିଜର ଆକର୍ଷଣରେ ସମ୍ଭାବ୍ୟ ବରମାନଙ୍କୁ ପ୍ରଲୋଭିତ କରି ବିବାହ କରୁଥିଲେ, ଆଉ ପରେ ସେମାନଙ୍କ କଷ୍ଟ ଅର୍ଜିତ ଟଙ୍କା ଏବଂ ଅଳଙ୍କାର ନେଇ ଫୁର୍ ହୋଇଯାଉଥିଲେ।
କିନ୍ତୁ ଆଶ୍ଚର୍ଯ୍ୟଜର କଥା ହେଉଛି, ଏପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କେହି କେବେ ଟେର୍ ବି ପାଉନଥିଲେ । ହେଲେ କଥାରେ ନାହିଁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସେହିପରି ଶେଷରେ ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାର ମଣ୍ଟୋଆନ୍ ପୋଲିସ ଷ୍ଟେସନରେ ତାଙ୍କ ନାଁରେ ଏକ ମାମଲା ରୁଜ୍ଜୁ ହେଲା । ଆଉ ଧରାପଡିଲେ ଲୁଟେରୀ କନିଆ । ପୋଲିସ ତାଙ୍କୁ ମିଥ୍ୟା ବିବାହରେ ଫସାଇବା ପରେ ଶେଷରେ ଅନୁରାଧାଙ୍କୁ ଗିରଫ କରଛି ।
ତେବେ ଏନେଇ ରାଜସ୍ଥାନର ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁଯାୟି, ଗତ ମାର୍ଚ୍ଚ ୩ରେ ବିଷ୍ଣୁ ଶର୍ମାଙ୍କ ଦ୍ୱାରା ଏକ ଅଭିଯୋଗ ଦାଖଲ କରାଯାଇଥିଲା। ବିଷ୍ଣୁ ଦାବି କରିଥିଲେ ଯେ, ଦୁଇ ଜଣ ବ୍ୟକ୍ତି – ମଧ୍ୟପ୍ରଦେଶର ସୁନୀତା ଏବଂ ରାଜସ୍ଥାନର ପପୁ ମୀନା, ତାଙ୍କ ପାଇଁ ଉପଯୁକ୍ତ କନ୍ୟା ଖୋଜିବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ଅନୁରାଧାଙ୍କ ଫଟୋ ଦେଖାଇଥିଲେ। ବିଷ୍ଣୁ ତାଙ୍କୁ ବିବାହ କରିବାକୁ ରାଜି ହେବା ପରେ, ସୁନିତା ଏବଂ ପପୁ ଏପ୍ରିଲ ୨୦ ରେ ସୱାଇ ମାଧୋପୁର କୋର୍ଟ ପରିସରରେ ଏକ ନକଲି ବିବାହ ଚୁକ୍ତିନାମା କରିଥିଲେ । ଏଥିପାଇଁ ବିଷ୍ଣୁଙ୍କଠାରୁ ୨ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା। ହେଲେ ବିବାହର ମାତ୍ର ୧୨ ଦିନ ପରେ, ଅନୁରାଧା ମେ ୨ରେ ବିଷ୍ଣୁଙ୍କ ଘରୁ ଅଳଙ୍କାର, ନଗଦ ଟଙ୍କା ଏବଂ ଏକ ମୋବାଇଲ୍ ଫୋନ୍ ନେଇ ପଳାଇ ଯାଇଥିଲେ।
ପୋଲିସ ଭୋପାଳରେ ଅନୁରାଧାଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏକ ପୋଲିସ ଦଳ ଗଠନ କରାଯାଇଥିଲା। ପରେ ପୋଲିସ୍ ଟିମ୍ ଭୋପାଳ ଯାତ୍ରା କରିଥିଲେ ଏବଂ ଅନୁରାଧାଙ୍କୁ ଧରିବାକୁ ଏକ ଜାଲ ବିଛାଇଥିଲେ, ଜଣେ କନଷ୍ଟେବଳ ଏକ ସମ୍ଭାବ୍ୟ ବର ଭାବରେ ନିଜକୁ ଉପସ୍ଥାପନ କରିଥିଲେ। ତା’ପରେ କନଷ୍ଟେବଳ ବିବାହ ଦଲାଲଙ୍କ ପାଖରେ ପହଞ୍ଚି ତାଙ୍କୁ ସମ୍ଭାବ୍ୟ କନ୍ୟାଙ୍କ ଫଟୋ ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଅନୁରାଧା । ଆଉ ଅନୁରାଧାଙ୍କ ସହ ମିଛ ବିବାହ ରଚି ଶେଷରେ ତାଙ୍କୁ ପୋଲିସ୍ ଗିରଫ କରି ରାଜସ୍ଥାନକୁ ଅଣାଯାଇଥିଲା ।
ଆଉ ପରେ ପରେ ଏହି ମାମଲାର ଖୋଳତାଡ ହେଲା ପରେ, ଅଧିକ ତଦନ୍ତରୁ ଭୋପାଳରେ ଏକ ବଡ଼ ନକଲି ବିବାହ ରାକେଟ ସାମ୍ନାକୁ ଆସିଥିଲା । ଯେଉଁଥିରେ ସୁନିତା ଏବଂ ପପୁଙ୍କ ଭଳି ବ୍ୟକ୍ତିମାନେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରି, ସ୍ଥାନୀୟ ଏଜେଣ୍ଟଙ୍କ ମାଧ୍ୟମରେ ସମ୍ଭାବ୍ୟ ବର ସହିତ ଯୋଗାଯୋଗ କରୁଥିଲେ। ସେମାନେ ବିବାହ ପରିଚାଳନା ପାଇଁ ୨ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ। ବିବାହର କିଛି ଦିନ ପରେ, କନ୍ୟାମାନେ ନଗଦ ଟଙ୍କା ଏବଂ ଅଳଙ୍କାର ନେଇ ପଳାଇଯାଉଥିଲେ। ଯେଉଁଥିରେ ଏବେ ଅନୁରାଧା ଧରା ପଡିଥିବା ବେଳେ ଅନ୍ୟ ମାନଙ୍କ ଠିକଣା ଖୋଜୁଛି ପୋଲିସ୍ ।
Comments are closed.