ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ମେ ୨୪ରେ ଭାରତୀୟ ଦଳର ଘୋଷଣା କରାଯିବ । ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପରି ସିନିୟର ଖେଳାଳିଙ୍କ ଅବସର ପରେ ବିସିସିଆଇ ଚୟନ କମିଟି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ନୂତନ ଅଧିନାୟକ କିଏ ହେବ ସେ ନେଇ ମଧ୍ୟ ସସପେନ୍ସ ଜାରୀ ରହିଛି । ଶୁଭମନ ଗିଲ, ରିଷଭ ପନ୍ତ, ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ଅଧିନାୟକ କରାଯାଇ ପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ଦୌଡରେ ଶୁଭମନ ଗିଲ ଆଗରେ ରହିଛନ୍ତି । ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲ ଓପିନଂ ଦାୟିତ୍ୱ ତୁଲାଇବେ । ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଥିବା ସାଈ ସୁଦର୍ଶନଙ୍କୁ ରିଜର୍ଭ ଓପନର ଭାବେ ସୁଯୋଗ ପ୍ରଦାନ କରାଯାଇପାରେ ।
କରୁଣ ନାୟାର, ସର୍ଫରାଜ ଖାଁ ଓ ଶ୍ରେୟାଶ ଆୟାରଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ ସେ ନେଇ ମଧ୍ୟ ନଜର ରହିବ । ୱିକେଟକିପର ଭାବେ ରିଷଭ ପନ୍ତ ଦଳରେ ସ୍ଥାନ ପାଇବା ନିଶ୍ଚିତ । ଧ୍ରୁବ ଜୁରେଲ ରିଜର୍ଭ ୱିକେଟକିପର ଭାବେ ଦଳରେ ସ୍ଥାନ ପାଇବେ । ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ ଓ ଅର୍ଶଦୀପ ସିଂ ପେସ ବୋଲର ଭାବେ ସୁଯୋଗ ପାଇବେ । ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ଭାବେ ଏହି ଗସ୍ତରେ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।
Comments are closed.