Latest Odisha News

BREAKING NEWS

କ୍ୟାରିୟରର ୧୦୦ତମ ସିଙ୍ଗଲ୍ସ ଟାଇଟଲ ହାସଲ କଲେ ଜୋକୋଭିଚ

ନୂଆଦିଲ୍ଲୀ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ କ୍ୟାରିୟରର ୧୦୦ତମ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି । ଜେନେଭା ଓପନ ଟାଇଟଲ ଜିତିବା ପରେ ସେ ବିଶ୍ୱ ଟେନିସରେ ତୃତୀୟ ଖେଳାଳି ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଜିମ୍ମି କର୍ଣ୍ଣର୍ସ ଓ ରୋଜର ଫେଡେରର କେବଳ ଏହି କୀର୍ତିମାନ ହାସଲ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ଅବସରରେ ଜୋକୋଭିଚ ୯୯ତମ ସିଙ୍ଗଲ୍ସ ଟାଇଟଲ ଜିତିଥିଲେ । ଏହା ପରେ ଶାଂଘାଇ ମାଷ୍ଟର୍ସ ଓ ମିୟାମି ମାଷ୍ଟର୍ସ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ଜିତିପାରି ନ ଥିଲେ ।

ଜୋକୋଭିଚ ଏହା ପୂର୍ବରୁ ସର୍ବାଧିକ ୨୪ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଖେଳାଳି ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଫେଲ ନାଡାଲ ୨୨, ଫେଡେରର ୨୦ ଟାଇଟଲ ଜିତିଛନ୍ତି । ସେହିପରି ଜୋକୋଭିଚ ୪୩୦ ଗ୍ରାଣ୍ଡସ୍ଲାମ ମୁକାବିଲା ଖେଳି ଫେଡେରରଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି । ସର୍ବିୟାର ଏହି ଖେଳାଳି ଅଧିକ ସମୟ ପର୍ଯ୍ୟନ୍ତ ଏଟିପି ଶୀର୍ଷ ର‌୍ୟାଙ୍କିଙ୍ଗ ମଧ୍ୟ ହାସଲ କରିଛନ୍ତି । ସେ ଏ ପର୍ଯ୍ୟନ୍ତ ୩୭ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିଛନ୍ତି ।

Comments are closed.