Latest Odisha News

BREAKING NEWS

ଅଷ୍ଟ୍ରେଲିଆକୁ ହରାଇ ୨-୧ରେ ଟେଷ୍ଟ ସିରିଜ୍ କବ୍‌ଜା କଲା ଦକ୍ଷିଣ ଆଫ୍ରିକା:  ସାଇମନ୍ ହାର୍ମରଙ୍କ ଚମତ୍କାର ପ୍ରଦର୍ଶନ

କେପଟାଉନ୍:ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ରୋମାଞ୍ଚକର ତଥା ନିର୍ଣ୍ଣାୟକ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୭୬ ରନ୍‌ରେ ପରାସ୍ତ କରିଛି । ଏହି ଜୟ ସହିତ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ ବ୍ୟବଧାନରେ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ ଜିତି ସିରିଜ୍‌ରେ ଆଗୁଆ ରହିଥିଲେ ହେଁ, ଦକ୍ଷିଣ ଆଫ୍ରିକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସିରିଜ୍ ଜିତିନେଇଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସିଆସିଛି ।

ମ୍ୟାଚ୍‌ରେ ମୋଟ ୧୦ଟି ୱିକେଟ୍ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ସ୍ପିନର୍ ସାଇମନ୍ ହାର୍ମରଙ୍କୁ ‘ପ୍ଲେୟାର ଅଫ୍ କି ମ୍ୟାଚ୍’ କରାଯାଇଛି । ସେ ଦ୍ୱିତୀୟ ପାଳିରେ ୨୧.୧ ଓଭରରେ ମାତ୍ର ୧୬ ରନ୍ ଦେଇ ୬ଟି ୱିକେଟ୍ ଅକ୍ତିଆର କରିଥିଲେ (ଯେଉଁଥିରେ ୧୪ଟି ମେଡନ୍ ଓଭର ସାମିଲ ଥିଲା ଏବଂ ତାଙ୍କର ଇକୋନୋମି ମାତ୍ର ୦.୮୦ ଥିଲା) ।  ପ୍ରଥମ ପାଳିରେ ମଧ୍ୟ ସେ ୪ଟି ୱିକେଟ୍ ନେଇଥିଲେ ।  ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ବିଶ୍ୱର ନମ୍ବର-୧ ଟେଷ୍ଟ ଦଳ ହୋଇପାରିଛି । କେପଟାଉନ୍ ଟେଷ୍ଟରେ ୧୭୬ ରନ୍‌ର ପରାଜୟ ପରେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସିଆସିଛି  ।

ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୩୨୯ ରନ୍ (ଏଡେନ୍ ମାର୍କରମ୍ ୭୮, ମାର୍କସ୍ ଏକରମନ୍ ୯୫, ମାର୍କୋ ୟାନସେନ୍ ୫୨; ମିଚେଲ୍ ଷ୍ଟାର୍କ ୬ ୱିକେଟ୍) ।  ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୨୯ ରନ୍ (ଜୋସ ୧୦୨, ଆଲେକ୍ସ କ୍ୟାରି ୮୦, କ୍ୟାମରୁନ୍ ଗ୍ରୀନ୍ ୬୫; ସାଇମନ୍ ହାର୍ମର ୪ ୱିକେଟ୍) । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୩୮୭ ରନ, ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ଦକ୍ଷିଣ ଆଫ୍ରିକା୧୧୧/ଅଲଆଉଟ ।

Leave A Reply

Your email address will not be published.