ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ୍) ଅଧୀନରେ ସମସ୍ତ ସ୍କୁଲ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ୩ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ପାଠପଢ଼ା ସମ୍ପର୍କରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ସୂଚନା ଅନୁସାରେ, ୩ରୁ ୧୧ବର୍ଷ ବୟସର ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ସେମାନଙ୍କ ମାତୃଭାଷାରେ ଦିଆଯିବ। ଏନେଇ ମେ ଶେଷ ସୁଦ୍ଧା ସ୍କୁଲରେ ଏକ କମିଟି ଗଠନ କରିବାକୁ ସିବିଏସଇ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେଇଛି। ଯେଉଁମାନେ ଏନସିଏଫ୍ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ କାମ କରିବେ। ଏହି କମିଟି ଛାତ୍ରଛାତ୍ରୀଙ୍କ ମାତୃଭାଷା ଏବଂ ପାଠ୍ୟକ୍ରମ ଉପରେ କାର୍ଯ୍ୟ କରିବ।
ତେବେ ଜୁଲାଇ ଶେଷ ସୁଦ୍ଧା ସମସ୍ତ ସିବିଏସଇ ସ୍କୁଲରେ ନୂତନ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ସିବିଏସଇ ଅନୁଯାୟୀ, ଗ୍ରୀଷ୍ମ ଛୁଟି ସୁଦ୍ଧା ସମସ୍ତ ସ୍କୁଲକୁ ନୂଆ ଭାଷାରେ ପଢ଼ାଇବା ପାଇଁ ପାଠ୍ୟକ୍ରମ ଏବଂ ଶିକ୍ଷା ସାମଗ୍ରୀ ପ୍ରସ୍ତୁତ କରିବାକୁ ପଡିବ। ସେହିପରି ସ୍କୁଲଗୁଡ଼ିକରେ ନୂତନ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପୂର୍ବରୁ ଶିକ୍ଷକମାନଙ୍କୁ ଟ୍ରେନିଂ ଏବଂ ୱାର୍କସପ୍ ସମାପ୍ତ କରିବାକୁ ପଡିବ।
Comments are closed.