ପାଟଣା: ଆରଜେଡି ମୁଖ୍ୟ ଲାଲୁ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ ଲାଲୁ ତାଙ୍କୁ ପରିବାରରୁ ମଧ୍ୟ ବାହାର କରିଦେଇଛନ୍ତି।
ଆରଜେଡି ମୁଖ୍ୟ ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏବେ ତେଜ ପ୍ରତାପଙ୍କର ପରିବାର ଏବଂ ଦଳରେ କୌଣସି ଭୂମିକା ନାହିଁ। ‘ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ସାମାଜିକ ନ୍ୟାୟ ପାଇଁ ଆମର ସାମୂହିକ ସଂଘର୍ଷକୁ ଦୁର୍ବଳ କରିଥାଏ।’ ବଡ଼ ପୁଅର କାର୍ଯ୍ୟକଳାପ, ଦାୟିତ୍ୱହୀନ ଆଚରଣ ଆମ ପାରିବାରିକ ମୂଲ୍ୟବୋଧ ଏବଂ ପରମ୍ପରା ଅନୁଯାୟୀ ନୁହେଁ।
ତେଣୁ ଉପରୋକ୍ତ ପରିସ୍ଥିତି ଯୋଗୁଁ ମୁଁ ତାଙ୍କୁ ଦଳ ଏବଂ ପରିବାରଠାରୁ ଦୂରେଇ ରଖୁଛି। ଏବେଠାରୁ ତାଙ୍କର ଦଳ ଏବଂ ପରିବାରରେ କୌଣସି ପ୍ରକାରର ଭୂମିକା ରହିବ ନାହିଁ। ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ଲାଲୁ।
Comments are closed.