କଟକ: କେବଳ ଓଡ଼ିଶା ନୁହେଁ ଭାରତୀୟ କ୍ରିକେଟ ଇତିହାସରେ କଟକ ବାରବାଟୀ ଷ୍ଟାଡ଼ିୟମର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କ୍ରିକେଟ ଷ୍ଟାଡ଼ିୟମରେ ବିଶ୍ୱକପ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଭାରତୀୟ ଦଳ ସମେତ ବିଶ୍ୱର ଶକ୍ତିଶାଳୀ କ୍ରିକେଟ ରାଷ୍ଟ୍ର ଗୁଡ଼ିକ ଏହି ପଡ଼ିଆରେ ମ୍ୟାଚ ଖେଳିଛନ୍ତି । ବାରବାଟୀ ଷ୍ଟାଡ଼ିୟମର ପିଚ ବାବଦରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ପୂର୍ବରୁ ଅନେକ ପ୍ରଶଂସା କରିବା ସହିତ ଏଠାକାର ପରିବେଶ କ୍ରିକେଟ ଲାଗି ବେଶ୍ ଉପଯୋଗୀ ବୋଲି ଅନେକ ଅନ୍ତର୍ଜାତୀୟ ଖେଳାଳିମାନେ ମଧ୍ୟ ଅତୀତରେ ସ୍ୱୀକାର କରିଛନ୍ତି । ବାରବାଟୀରେ ୨୦୧୯ ଡ଼ିସେମ୍ବର ୨୨ ତାରିଖରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ୩ୟ ତଥା ଚୂଡ଼ାନ୍ତ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ବେଳେ ଏହି ମ୍ୟାଚଟି ୨୧ତମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଭାବେ ବିବେଚିତ ହେଉଛି ।
ଏହି ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ପୂର୍ବରୁ ୨୦ଟି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇସାରିଛି । କଟକ ବାରବାଟୀ ଷ୍ଟାଡ଼ିୟମରେ ପ୍ରଥମ ଥର ଲାଗି ୧୯୮୨ ମସିହାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଇଂଲଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜାନୁଆରୀ ୨୭ ତାରିଖ ୧୯୮୨ରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ଭାରତ ଇଂଲଣ୍ଡ ଦଳକୁ ୫ ୱିକେଟରେ ପରାସ୍ତ କରିଥିଲା ।
ବାରବାଟୀରେ ଅନୁଷ୍ଠିତ ସମସ୍ତ ଦିନିକିଆ ମ୍ୟାଚର ତାଲିକା:
ମ୍ୟଚ ସଂଖ୍ୟା ଦେଶ ବିଜେତା ମ୍ୟାଚ ତାରିଖ
୧ – ଭାରତ-ଇଂଲଣ୍ଡ ଭାରତ ୫ୱିକେଟରେ ବିଜୟୀ – ୧୯୮୨
୨ – ଭାରତ-ଇଂଲଣ୍ଡ ଇଂଲଣ୍ଡ ୧ ରନରେ ବିଜୟୀ – ୧୯୮୪
୩ – ଜିମ୍ବାୱେ-ଅଷ୍ଟ୍ରେଲିଆ ଅଷ୍ଟ୍ରେଲିଆ ୭୦ ରନରେ ବିଜୟୀ – ୧୯୮୭
୪ – ଭାରତ-ନ୍ୟୁଜିଲାଣ୍ଡ ଭାରତ ୫ ୱିକେଟରେ ବିଜୟୀ – ୧୯୮୮
୫ – ପାକିସ୍ତାନ-ଇଂଲଣ୍ଡ ଇଂଲଣ୍ଡ ୪ ୱିକେଟରେ ବିଜୟୀ – ୧୯୮୯
୬ – ଭାରତ-ଶ୍ରୀଲଙ୍କା ଶ୍ରୀଲଙ୍କା ୩୬ ରନରେ ବିଜୟୀ – ୧୯୯୦
୭ – ୱେଷ୍ଟଇଣ୍ଡିଜ-ଭାରତ ଭାରତ ୮ ୱିକେଟରେ ବିଜୟୀ – ୧୯୯୪
୮ – କେନିଆ-ଭାରତ ଭାରତ ୭ ୱିକେଟରେ ବିଜୟୀ – ୧୯୯୬
୯ – ଅଷ୍ଟ୍ରେଲିଆ-ଭାରତ ବର୍ଷା ଯୋଗୁଁ ମ୍ୟାଚ ସ୍ଥଗିତ – ୧୯୯୬
୧୦ – ଜିମ୍ବାୱେ-ଭାରତ ଭାରତ ୩୨ ରନରେ ବିଜୟୀ – ୧୯୯୮
୧୧ – ଭାରତ-ଜିମ୍ବାୱେ ଭାରତ ୩ ୱିକେଟରେ ବିଜୟୀ – ୨୦୦୦
୧୨ – ଭାରତ-ଇଂଲଣ୍ଡ ଇଂଲଣ୍ଡ ୧୬ ରନରେ ବିଜୟୀ – ୨୦୦୨
୧୩ – ଭାରତ-ନ୍ୟୁଜିଲାଣ୍ଡ ନ୍ୟୁଜିଲାଣ୍ଡ ୪ ୱିକେଟରେ ବିଜୟୀ – ୨୦୦୩
୧୪ – ଭାରତ-ୱେଷ୍ଟଇଣ୍ଡିଜ ଭାରତ ୨୦ ରନରେ ବିଜୟୀ – ୨୦୦୭
୧୫ – ଭାରତ-ଇଂଲଣ୍ଡ ଭାରତ ୬ ୱିକେଟରେ ବିଜୟୀ – ୨୦୦୮
୧୬ – ଭାରତ-ଶ୍ରୀଲଙ୍କା ଭାରତ ୭ ୱିକେଟରେ ବିଜୟୀ – ୨୦୦୯
୧୭ – ଭାରତ-ୱେଷ୍ଟଇଣ୍ଡିଜ ଭାରତ ୧ ୱକେଟରେ ବିଜୟୀ – ୨୦୧୧
୧୮ – ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ସ୍ଥଗିତ – ୨୦୧୩
୧୯ – ଭାରତ-ଶ୍ରୀଲଙ୍କା ଭାରତ ୧୬୯ ରନରେ ବିଜୟୀ – ୨୦୧୪
୨୦ – ଭାରତ-ଇଂଲଣ୍ଡ ଭାରତ ୧୫ ରନରେ ବିଜୟୀ – ୨୦୧୭
୨୧ – ଭାରତ-ୱେଷ୍ଟଇଣ୍ଡିଜ – – – – ୨୦୧୯
ସେହିପରି ଭାବେ ବାରବାଟୀ ଷ୍ଟାଡ଼ିୟମରେ ୧୯୮୭ ମସିିହାରେ ୧ମ ଟେଷ୍ଟ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏହି ଷ୍ଟାଡ଼ିୟମରେ ଅନ୍ତିମ ଟେଷ୍ଟ ମ୍ୟାଚ ୧୯୯୫ ମସିହାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଛି ।
Comments are closed.