Latest Odisha News

BREAKING NEWS

ସିଏମସି କମିସନରଙ୍କ ନାଁରେ ବଡ଼ ଅଭିଯୋଗ

କଟକ: କଟକ ମହାନଗର ନିଗମ କମିସନରଙ୍କ ନାଁରେ ଅଭିଯୋଗ । ସିଏମସି କମିସନର ଅନାମ ଚରଣ ପାତ୍ର ସରକାରୀ କ୍ବାର୍ଟର୍ସରେ ରହୁଥିବା ସତ୍ତ୍ବେ ସେ ଘର ଭଡ଼ା ବାବଦକୁ ପୁଣି ସରକାରଙ୍କ ଠାରୁ ଟଙ୍କା ନେଉଥିବା ଭଳି ବଡ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ସେ ୮ ମାସରେ ଘର ଭଡ଼ା ବାବଦକୁ ବର୍ତ୍ତମାନ ସୁଦ୍ଧା ମୋଟ ୧ ଲକ୍ଷ ୮୩ ହଜାର ୫୫୨ ଟଙ୍କା ନେଇଥିବା ସୂଚନା ରହିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୨୫ରେ କଟକ ମହାନଗର ନିଗମର କମିସନର ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଅନାମ ଚରଣ ପାତ୍ର । କମିସନର ଭାବେ ଦାୟିତ୍ୱ ନେବା ପରଠାରୁ ବାରବାଟୀ ଦୁର୍ଗ ସ୍ଥିତ ପୌର ନିଗମ କମିସନରଙ୍କ ପାଇଁ ଥିବା ସରକାରୀ କ୍ବାର୍ଟର୍ସ ନମ୍ବର ଏସ୍ ଓ-୮ରେ ସେ ରହି ଆସୁଛନ୍ତି ।

୨୦୨୪ ମସିହା ସେପ୍ଟେମ୍ବର ମାସରୁ ସେ କମିସନର କ୍ବାର୍ଟର୍ସରେ ରହି ଆସୁଥିବା ବେଳେ, ପ୍ରତି ମାସରେ ଘର ଭଡ଼ା ବାବଦକୁ ୨୨ ହଜାର ୯୪୪ ଟଙ୍କା ନେଉଥିବା ଜଣାପଡିଛି ।

Comments are closed.