Latest Odisha News

BREAKING NEWS

ଭାରତୀୟ ବ୍ୟବସାୟୀ ବିଦେଶରେ କିଣିଲେ ୬୦ କୋଟି ଟଙ୍କାର ନମ୍ବର ପ୍ଲେଟ

ନୂଆଦିଲ୍ଲୀ: ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ନେଇ ଲୋକମାନଙ୍କ ଅଦ୍ଭୁତ କ୍ରେଜ ଦେଖିବାକୁ ମିଳେ | ଯେଉଁଥିରେ ଜଣେ ଭାରତୀୟ ବିଦେଶରେ ନମ୍ବର ପ୍ଲେଟ ଓ ରେଜିଷ୍ଟ୍ରେସନ ପାଇଁ ନିଲାମରେ ଭାଗ ନେବା ଚର୍ଚ୍ଚା ହୋଇଛି |

ବିଦେଶରେ ଜଣେ ଭାରତୀୟ ଏହି ଫେନସି ନମ୍ବର ନିଲାମ ରେ ଭାଗନେଇ ସବୁଠୁ ଉଞ୍ଚା ଦରରେ ନେବାରେ ସଫଳ ହୋଇଛନ୍ତି | ଏଥିପାଇଁ ନିଜ କାର ର ନୂଆ ଫେନସି ନମ୍ବର ପାଇଁ ସେ ୬୦ କୋଟି ଟଙ୍କାରେ ଏହି ନମ୍ବର ନିଲମରେ ହାସଲ କରିଛନ୍ତି |

ବିଦେଶୀ ଗଣମାଧ୍ୟମ ସୂଚନା ଅନୁସାରେ, ସେ ହେଉଛନ୍ତି ବିଦେଶରେ ରହୁଥିବା ଭାରତୀୟ ବ୍ୟବସାୟୀ ବଲବିନ୍ଦର ସିଂ ସାହନୀ ” ଡି୫” ନମ୍ବର ପାଇବା ପାଇଁ ଏତେ ବଡ଼ ପରିମାଣ ର ଟଙ୍କା ଖର୍ଚ୍ଚ କରିଛନ୍ତି | ଯାହାକୁ ଦୁବାଇ ରୋଡ଼ ଆଣ୍ଡ ଟ୍ରାନ୍ସପୋର୍ଟ କମ୍ପାନୀ ନିଲାମ କରିଥିଲା | ବଲବିନ୍ଦର ସିଂ ସାହନୀ ଦୁବାଇରେ ଅବୁ ସବା ନାଁ ରେ ପରିଚିତ ଅଟନ୍ତି | ତାଙ୍କର ବିଶ୍ୱାସ ଯେ ଏହି ନମ୍ବର ତାଙ୍କର ଲକି ନମ୍ବର ତେଣୁ ସେ ଏତେ ବହୁତ ଟଙ୍କା ଦେଇ ଏହାକୁ କିଣିଥାନ୍ତି |

ବଲବିନ୍ଦର ସିଂ ସାହନୀ କୁ ବିଶେଷ ସଂଖ୍ୟା ସିରଜ ଏଖାଟି କରିବାକୁ ବହୁତ ପସନ୍ଦ କରନ୍ତି | ଏହା ତାଙ୍କ ଦ୍ୱାରା କିଣାଯାଇଥିବା ପ୍ରଥମ ନୁହେଁ | ଏହା ପୂର୍ବରୁ ସେ ଦୁବାଇ ରେ “୦୫” ପଞ୍ଜିକରଣ ସଂଖ୍ୟା କିଣିଥିଲେ, ଯେଉଁଥି ପାଇଁ ସେ ୨୫ ମିଲିଅନ ଦିରହମ ବା ୪୫.୩ କୋଟି ଟଙ୍କା ଦେଇ କିଣିଥିଲେ | ବଲବିନ୍ଦର ସିଂ ସାହନୀ କହିଛନ୍ତି ଯେ ଭବିଷ୍ୟତରେ ବି ଏମିତି ସଂଖ୍ୟା ପାଇଁ ନିଲାମରେ ଭାଗନେବେ |

ସୂଚନାଯୋଗ୍ୟ ଯେ, “ଡି୫” ପଞ୍ଜିକରଣ ନମ୍ବର ଇତିହାସରେ ଅଧିକାରୀ ଦ୍ୱାରା ବିକ୍ରି ହୋଇଥିବା ସବୁଠୁ ମହଙ୍ଗା ନମ୍ବର ପ୍ଲେଟ ଅଟେ | ଦୁବାଇ ରୋଡ଼ ଆଣ୍ଡ ଟ୍ରାନ୍ସପୋର୍ଟ ଅଥରିଟି ଦ୍ୱାରା ଆୟୋଜିତ ନିଲାମ କାର୍ଯ୍ୟକ୍ରମ ରେ ୮୦ ନମ୍ବର ପ୍ଲେଟ ପାଇଁ ନିଲାମ ଡାକରା ରେ ୩୦୦ ରୁ ଅଧିକ ଲୋକ ନିଲମରେ ଭାଗ ନେଇଥିଲେ | ବଲବିନ୍ଦର ସିଂ ସାହନୀ ଙ୍କ ପାଖରେ ବିଶ୍ୱର ବହୁ ୧୦୦ ରୁ ଅଧିକ ନାମିଦାମୀ ଗାଡି ତାଙ୍କ ଗ୍ୟାରେଜ ରେ ସ୍ଥାନ ପାଉଛି |

ବିଦେଶରେ ଜଣେ ଭାରତୀୟ ଏତେ ଅଧିକ ଦରରେ ଗାଡି ନମ୍ବର କିଣିବା ବେଶ ଚର୍ଚ୍ଚାର ବିଷୟ ହୋଇଛି |

Leave A Reply

Your email address will not be published.