Latest Odisha News

BREAKING NEWS

ଅପରସେନ ସିନ୍ଦୂର ବାହାନାରେ ୬ ଲକ୍ଷ ଟଙ୍କାର ଠକେଇ, ବୟସ୍କଙ୍କୁ ଡିଜିଟାଲ ଆରେଷ୍ଟ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ସାଇବର ଅପରାଧୀମାନେ ପୁଣି ଥରେ ନିଜର ନିଆରା କାରନାମା ଦେଖାଇ ସହରକୁ ଆତଙ୍କିତ କରିଛନ୍ତି। ଗାନ୍ଧୀ ନଗର ଥାନା ଅଞ୍ଚଳରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ “ଡିଜିଟାଲ ଆରଷ୍ଚ” ନାଁରେ ଭୟଭୀତ କରି ସାଇବର ଠକମାନେ ୬ ଲକ୍ଷ ଟଙ୍କାର ଠକେଇ କରିଛନ୍ତି। ନିଜକୁ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ)ର ମୁଖ୍ୟ ଦାବି କରି ଠକ ଜଣଙ୍କ ଭିଡିଓ କଲ୍‌ ମାଧ୍ୟମରେ ବୃଦ୍ଧଙ୍କୁ ଧମକ ଦେଇଥିଲେ ଏବଂ ପହଲଗାମ ଆତଙ୍କବାଦୀ ହମଲାରେ ଜଡ଼ିତ ଥିବାର ମିଛ ଅଭିଯୋଗ ଲଗାଇଥିଲେ। ଏହି ଚାଞ୍ଚଲ୍ୟକର ଘଟଣା ସାଇବର ଅପରାଧର ପୁଣି ନୂଆ ଦଗି ଦେଇଛି।

ପୀଡ଼ିତ ପରମାନନ୍ଦ ଭାରଗବ (୭୫)ଙ୍କୁ ୨୩ ମେ ୨୦୨୫ରେ ଦୁଇଟି ଅଲଗା ନମ୍ବରରୁ କଲ୍‌ ଆସିଥିଲା। କଲ୍‌ କରୁଥିବା ବ୍ୟକ୍ତି ନିଜକୁ ଏନ୍‌ଆଇଏର ମୁଖ୍ୟ ଦାବି କରି କହିଥିଲେ ଯେ ପୀଡ଼ିତଙ୍କ ନାମ ଜାମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ହମଲା ସହ ଜଡ଼ିତ ଏକ ମାମଲାରେ ସାମ୍ନାକୁ ଆସିଛି। ଠକ ଜଣଙ୍କ ଧମକ ଦେଇ କହିଥିଲେ, “ତୁମକୁ କେହି ବଞ୍ଚାଇ ପାରିବେ ନାହିଁ, କିନ୍ତୁ ଯଦି ତୁମେ ଟଙ୍କାର ବ୍ୟବସ୍ଥା କର ତେବେ ମୁଁ ସାହାଯ୍ୟ କରିପାରେ।” ଭୟ ଓ ଚାପରେ ପୀଡ଼ିତ ବୃଦ୍ଧ ଠକ ଦ୍ୱାରା ଦିଆଯାଇଥିବା ବ୍ୟାଙ୍କ ଖାତାକୁ ୬ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ପରେ ଠକେଇର ଅନୁଭବ ହେବା ପରେ ପୀଡ଼ିତ ଗାନ୍ଧୀ ନଗର ଥାନାରେ ଅଭିଯୋଗ ଦାଖଲ କରିଥିଲେ।

ଭିଡିଓ କଲ୍‌ ମାଧ୍ୟମରେ ଠକେଇ
ପୁଲିସ ଭାରତୀୟ ଦଣ୍ଡ ସଂହିତା (ବିଏନଏସ)ର ଧାରା ୩୧୮(୨) (ଠକେଇ), ୩୧୯(୨) (ପରିଚୟ ଚୋରି) ଏବଂ ସୂଚନା ପ୍ରଯୁକ୍ତି ଆଇନ (ଆଇଟି ଆକ୍ଟ)ର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଗାନ୍ଧୀ ନଗର ଥାନା ପ୍ରଭାରୀ କହିଛନ୍ତି ଯେ ଠକମାନେ ୱାଟ୍ସଆପ୍‌ ଭିଡିଓ କଲ୍‌ ମାଧ୍ୟମରେ ପୀଡ଼ିତଙ୍କୁ ଭୟଭୀତ କରିବା ପାଇଁ ନକଲି ଦସ୍ତାବିଜ ଓ ସରକାରୀ ଲୋଗୋ ବ୍ୟବହାର କରିଥିଲେ। ପୁଲିସ ଏବେ କଲରର ମୋବାଇଲ ନମ୍ବର ଓ ବ୍ୟାଙ୍କ ଖାତାର ତଦନ୍ତ କରୁଛି ଯାହା ଦ୍ୱାରା ଠକମାନଙ୍କୁ ଚିହ୍ନଟ କରାଯାଇ ପାରିବ। ସାଇବର କ୍ରାଇମ ଇଉନିଟ୍‌ ଏପର୍ଯ୍ୟନ୍ତ ୧୩୫ଟି ବ୍ୟାଙ୍କ ଖାତା, ୬୪ଟି ଇଉପିଆଇ ଏବଂ ୨୦ଟି ଏଟିଏମ ଖାତାକୁ ବ୍ଲକ୍‌ କରିଛି, ଯାହା ଏଭଳି ଠକେଇ ସହ ଜଡ଼ିତ ହୋଇପାରେ।

Comments are closed.