Latest Odisha News

BREAKING NEWS

ପାକିସ୍ତାନ ପାଇଁ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ରାଜ୍ୟର ୧୫ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଲୋକଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ପାକିସ୍ତାନ ପାଇଁ ଗୁପ୍ତଚରୀ ଲିଙ୍କରେ ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍ କରିଛି ନ୍ୟାସନାଲ ଇନଭେଷ୍ଚିଗେସନ ଏଜେନ୍ସି ( NIA ) ।

ଶନିବାର ଏନଆଇଏ ଦିଲ୍ଲୀ, ମହାରାଷ୍ଚ୍ର, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ, ଆସାମ ଓ ପଶ୍ଚିମବଙ୍ଗ ରାଜ୍ୟରେ ଅନୁସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା । ଅଧିକାରୀଙ୍କ ଅନୁଯାୟୀ ଅନୁସନ୍ଧାନ ସମୟରେ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ସହ ସମ୍ବେଦନଶୀଳ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧିତ କାଗଜପତ୍ର ଜବତ କରାଯାଇଛି । ଏହା ସହିତ ଆପରାଧିକ ଗତିବିଧି ସହ ଜଡିତ ବହୁ ସାମଗ୍ରୀ ମିଳିଛି ।

ଗୁପ୍ତ ସୂଚନା ବଦଳରେ ଟଙ୍କା ଦିଆଯାଇଥିବା ନିଶ୍ଚିତ କରୁଥିବା କାଗଜପତ୍ର NIA ପାଇଛି। ଏନଆଇଏ ଅନୁଯାୟୀ, ଯେଉଁମାନଙ୍କ ଘର ଉପରେ ଚଢାଉ କରାଯାଇଥିଲା ସେମାନେ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ।

ପାକିସ୍ତାନୀ ଗୁଇନ୍ଦା ଅଧିକାରୀମାନଙ୍କ ସହିତ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ର ଜଣେ ଯବାନଙ୍କୁ ଗିରଫ କରାଯିବା ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଶନିବାର କୋଲକାତାର ତିନୋଟି ସ୍ଥାନରେ ଚଢାଉ ଏବଂ ଛାନଭିନ କରିଛି।

୨୦୨୩ ମସିହାରୁ ପିଆଇଓଙ୍କ ସହ ସମ୍ବେଦନଶୀଳ ସୂଚନା ସେୟାର କରୁଥିବା ଏବଂ ଜାତୀୟ ସୁରକ୍ଷା ସମ୍ପର୍କିତ ଗୋପନୀୟ ସୂଚନା ଲିକ୍ କରିବା ବଦଳରେ ବହୁ ଅର୍ଥ ବିଭିନ୍ନ ସୁତ୍ରରୁ ପାଇଛନ୍ତି ଗିରଫ ସିଆରପିଏଫର ଏଏସଆଇ ମୋତି ରାମ ଜାଟ । ତାଙ୍କୁ ଗିରଫ କରାଯିବା ପରେ ୨୦ମେ ରେ ଏନଆଇଏ ଦ୍ୱାରା ଏକ ମାମଲା ରୁଜୁ କରାଯାଇଥିଲା।

 

Comments are closed.