ଉତ୍ତରାଖଣ୍ଡ:ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଯାଇଛି ବିଶ୍ୱ ଐତିହ୍ୟ ‘ଭ୍ୟାଲି ଅଫ୍ ଫ୍ଲାୱାର୍ସ’ । ଏବେ ବିରଳ ଫୁଲଗୁଡ଼ିକୁ ନିକଟରୁ ଦେଖିପାରିବେ ପ୍ରକୃତିପ୍ରେମୀ ପର୍ଯ୍ୟଟକ । ଜୁନ୍ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବିଶ୍ୱ ଐତିହ୍ୟ ଫୁଲ ଉପତ୍ୟକା ଖୋଲି ଦିଆଯାଇଛି । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅବସ୍ଥିତ ଏହି ବିଶ୍ୱ ପ୍ରସିଦ୍ଧ ଭ୍ୟାଲି ଅଫ୍ ଫ୍ଲାୱାର୍ସ ଜାତୀୟ ଉଦ୍ୟାନ ।
ପ୍ରଥମ ଦିନରେ ଫୁଲ ଉପତ୍ୟକା ଦେଖିବା ପାଇଁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ। ଏହି ସମୟରେ, ବନ ବିଭାଗ ଭ୍ୟାଲି ଅଫ୍ ଫ୍ଲାୱାର୍ସର ମୁଖ୍ୟ ଫାଟକରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିଥିଲା। ଜୁନ୍ ମାସରେ ଏପର୍ଯ୍ୟନ୍ତ ୬୨ଜଣ ପର୍ଯ୍ୟଟକ ପଞ୍ଜିକରଣ କରିଛନ୍ତି।
ବିଶ୍ୱ ପ୍ରସିଦ୍ଧ ଫୁଲ ଉପତ୍ୟକା ଯେଉଁଠାରେ ୫୦୦ ରୁ ଅଧିକ ଦେଶୀ ଏବଂ ବିଦେଶୀ ଫୁଲ ଫୁଟିଥାଏ। ହଜାର ହଜାର ପର୍ଯ୍ୟଟକ ଫୁଲ ଉପତ୍ୟକା ଦେଖିବାକୁ ଆସନ୍ତି। ଜୁନ୍ ୧ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଫୁଲ ଉପତ୍ୟକା ଖୋଲା ରହିବ।
ଏଠାରେ ଜୈବ ବିବିଧତା ଏବଂ ବିରଳ ପ୍ରଜାତିର ଆଲପାଇନ୍ ଫୁଲ ଦେଖିବାକୁ ମିଳେ।
ସୂଚନାଥାଉକି, ପର୍ଯ୍ୟଟକ ଏବଂ ପ୍ରକୃତି ପ୍ରେମୀମାନଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ପଡିଥାଏ ଏବଂ ଅପରାହ୍ନ ୪ଟା ପୂର୍ବରୁ ଭ୍ୟାଲି ଅଫ୍ ଫ୍ଲାୱାର୍ସରୁ ଫେରିବାକୁ ପଡେ ଓ ଆସିବେ ପରେ ପ୍ରବେଶ ଫାଟକରେ ସେମାନଙ୍କର ଉପସ୍ଥିତି ପଞ୍ଜୀକରଣ କରିବାକୁ ପଡିଥାଏ । ପର୍ଯ୍ୟଟକ ଏବଂ ପ୍ରକୃତି ପ୍ରେମୀମାନଙ୍କୁ ଜାତୀୟ ଉଦ୍ୟାନର ନିୟମ ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ପାଳନ କରିବାକୁ ପଡେ ।
ଫ୍ଲାୱାର୍ ଭ୍ୟାଲିରେ କାହାରିକୁ ରାତିସାରା ରହିବାକୁ ଅନୁମତି ନାହିଁ। ଏଠାରେ କୌଣସି ଖାଦ୍ୟ ଦୋକାନ ମଧ୍ୟ ନାହିଁ। ତେଣୁ ପର୍ଯ୍ୟଟକମାନେ ନିଜ ସହିତ ଖାଦ୍ୟ ସାମଗ୍ରୀ ନେଇକି ଯାଆନ୍ତି। ପର୍ଯ୍ୟଟକଙ୍କୁ ଏହି ସାଥିରେ ଅଳିଆ ଆବର୍ଜନା ଫେରାଇ ଆଣିବାକୁ ପଡିଥାଏ ।
ଚମୋଲିରେ ଥିବା ଫୁଲ ଉପତ୍ୟକା ସମୁଦ୍ର ପତ୍ତନରୁ ୧୩,୦୦୦ ଫୁଟ ଉଚ୍ଚତାରେ ପ୍ରାୟ ୮୭.୫ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାରିତ। ୨୦୦୫ ମସିହାରେ ୟୁନେସ୍କୋ ଦ୍ୱାରା ଭ୍ୟାଲି ଅଫ୍ ଫ୍ଲାୱାର୍ସକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ଘୋଷଣା କରାଯାଇଛି। ବିଭିନ୍ନ ପ୍ରଜାତିର ରଙ୍ଗୀନ ଫୁଲ ପାଇଁ ଭ୍ୟାଲି ଅଫ୍ ଫ୍ଲାୱାର୍ସ ସାରା ବିଶ୍ୱରେ ପ୍ରସିଦ୍ଧ। ଏଠାରେ ୫୦୦ ରୁ ଅଧିକ ପ୍ରଜାତିର ଫୁଲ ଅଛି। ବିଶେଷ କଥା ହେଉଛି ଏଠାରେ ଫୁଟୁଥିବା ଫୁଲଗୁଡ଼ିକର ରଙ୍ଗ ପ୍ରତି ୧୫ଦିନରେ ପରିବର୍ତ୍ତନ ହୁଏ।
Comments are closed.