Latest Odisha News

BREAKING NEWS

ସୁଖୋଇ ଟାୟାରରେ ଗଡିବ ଶ୍ରୀଜଗନ୍ନାଥଙ୍କ ରଥ

ନୂଆଦିଲ୍ଲୀ: ଗତ ଦୁଇ ଦଶନ୍ଧି ଧରି ଇସ୍କନ୍ ରଥ ଯାତ୍ରା ପାଇଁ ନୂଆ ଟାୟାର ଖୋଜୁଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ଲାଗିଛି। ଚଳିତ ବର୍ଷ କୋଲକାତାର ଇସ୍କନ ମନ୍ଦିରରେ ହେବାକୁ ଥିବା ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ରଥରେ ନୂତନ ଟାୟାର ଲାଗିବାର ଯୋଜନା ଚାଲିଛି। ଯାହାକି ଋଷ୍ ର ଯୁଦ୍ଧ ବିମାନ ସୁଖୋଇ ପାଇଁ ତିଆରି ହୋଇଥିଲା।

ଗତ ବର୍ଷ ରଥର ଷ୍ଟିଅରିଂରେ କିଛି ସମସ୍ୟା ଥିବା କାରଣରୁ ଚଳିତ ବର୍ଷ ଏହି ପଦକ୍ଷେପ ନିଆଯାଇଛି। ରଥରେ ଗତ ୫୦ ବର୍ଷ ଧରି  ବୋଇଂ ବି-୭୪୭ ବିମାନର ଟାୟାର ବ୍ୟବହୃତ ହେଉଥିଲା ଯାହାକୁ ଡନଲପ୍ କମ୍ପାନୀ ତିଆରି କରୁଥିଲା। ବର୍ତ୍ତମାନ ଏହି ବିମାନଟି ବନ୍ଦ ହୋଇଯାଇଥିବାରୁ ଟାୟାର ପାଇବା କଷ୍ଟକର ହୋଇପଡୁଥିଲା। ବର୍ତ୍ତମାନ୍ ବ୍ୟବହୃତ ହେବାକୁ ଥିବା ସୁଖୋଇର ଟାୟାରଗୁଡ଼ିକ ୪ ଫୁଟ ଲମ୍ବା ଓ ଏହା ଏକ ଜମ୍ବୋ ଜେଟର ଟାୟାର ସହିତ ସମାନ। ଏଗୁଡ଼ିକର ଓଜନ ମଧ୍ୟ ୧୧୦ କିଲୋଗ୍ରାମ। ତେବେ ସୁଖୋଇର ଟାୟାର ଏମଆରଏଫ୍ କମ୍ପାନୀ ଦ୍ୱାରା ନିର୍ମିତ ହେଉଛି ଓ ଏହା ଭାରତରେ ସୁଖୋଇ Su-୩୦MKI ଜେଟ୍ ପାଇଁ ମଧ୍ୟ ଟାୟାର ଯୋଗାଇଥାଏ। ଏହି ଟାୟାରଗୁଡ଼ିକୁ ଯୋଗାଇ ଦେବା ପୂର୍ବରୁ ଏହାର  ଗତି ଏବଂ ଓଜନ ବହନ କ୍ଷମତା ପରୀକ୍ଷଣ କରାଯାଇଥାଏ।

ଇସ୍କନ୍ କୋଲକାତାର ଉପାଧ୍ୟକ୍ଷ ରାଧାରମଣ ଦାସ କହିଥିଲେ ଯେ  ଯେତେବେଳେ ସେ ରଥର ସୁଖୋଇ ଟାୟାର ପାଇଁ MRF କୁ ପଚାରିଥିଲେ ସେମାନେ ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତଦନ୍ତ ପାଇଁ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କୁ କଲିକତା ପଠାଇଥିଲେ। ରଥ ଗତ ୪୮ ବର୍ଷ ଧରି ବୋଇଂ ୭୪୭ ଜମ୍ବୋ ଜେଟ୍ ଟାୟାରରେ ପରିଚାଳନା ହେଉଥିବାର ଏମ ଆର ଏଫ୍ କର୍ତ୍ତୃପକ୍ଷ ଦେଖିଥିଲେ। ଏହାପରେ ଯେତେବେଳେ ମନ୍ଦିର କର୍ତ୍ତୃପକ୍ଷ ରଥ ପାଇଁ ସୁଖୋଇ ଟାୟାରକୁ ସର୍ବୋତ୍ତମ ବୋଲି କହିଥିଲେ ସେତେବେଳେ ସେମାନେ ଟାୟାର ଦେବା ପାଇଁ ରାଜି ହୋଇଥିଲେ।

 

Comments are closed.