ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ତାତି ଫଳରେ ଗରମ ସହ ଗୁଳୁଗୁଳି ଯୋଗୁଁ ଅସହ୍ୟ ହେବାରେ ଲାଗିଛି ଜନଜୀବନ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବରେ ଲାଗିଛି । ସକାଳ ୧୦ଟା ବେଳକୁ ଖରାର ତାହି ସହିବା ମୁସକିଲ ହୋଇପଡୁଛି ।
ତେବେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆଗାମୀ ୫ରୁ ୭ ଦିନ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ତାତି ବଢିବା ସହ ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ । ବିଶେଷ କରି ଉପକୂଳ ଓଡ଼ିଶାରେ ହଟ ଓ ହ୍ୟୁମିଡ କଣ୍ଡିସନ ଲାଗି ରହିବ ।
ଆଗାମୀ ୫ ଦିନ ପାଇଁ ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାକୁ ବଢିବା ପରେ ନିଷ୍କ୍ରିୟ ରହିଛି । ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡରେ ଭଲ ବର୍ଷା ହୋଇନଥିବାରୁ ଏହା ଆଗକୁ ବଢିପାରି ନାହିଁ ।
ଗତକାଲି ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସହରରେ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ଭୁବନେଶ୍ବରରେ ୩୯.୬, ଝାରସୁଗୁଡ଼ା ୩୯.୨, ସମ୍ବଲପୁରରେ ୩୯.୧ ଓ ଚାନ୍ଦବାଲିରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଗାମୀ ୫ରୁ ୭ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ତାତି ବଢିବା ସହ ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ।
Comments are closed.