Latest Odisha News

BREAKING NEWS

ଜଳଖିଆରେ ମୁଠାଏ ଭିଜା ଚିନାବାଦାମ ଖାଆନ୍ତୁ, ମିଳିବ ଅଦଭୁତ ଲାଭ…

ଭୁବନେଶ୍ବର:ଚିନାବାଦାମରେ ଭରପୁର ପ୍ରୋଟିନ୍, ଫାଇବର ରହିଥାଏ । ଯଦି ଆମେ ଠିକ୍ ସମୟରେ ଏବଂ ଠିକ୍ ପରିମାଣର ଖାଇବା ତେବେ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିବ । ଆମେ ସମସ୍ତେ ବାଦାମକୁ ଅନେକ ଉପାୟରେ ଖାଇଥାଉ, ଯେପରିକି ଭାଜା ଚିନାବାଦାମ, ସିଝା ଚିନାବାଦାମ ହେଲେ ଆପଣ କେବେ ପାଣିରେ ଭିଜା ଚିନାବାଦାମ ଖାଇଛନ୍ତି କି ?ହଁ ଆଜ୍ଞା ଶରୀର ପାଇଁ ଭିଜା ଚିନାବାଦାମ ବେଶ ଲାଭଦାୟକ ଅଟେ ।

ଏହି ଚିନାବାଦାମରେ ଭିଟାମିନ୍-ଇ, ଫ୍ୟାଟ୍, ପ୍ରୋଟିନ୍, ଫାଇବର, ପୋଟାସିୟମ୍, ଭିଟାମିନ୍-ବି, ମ୍ୟାଗ୍ନେସିୟମ୍, ଫସଫରସ୍ ଭଳି ପୁଷ୍ଟିକର ତତ୍ତ୍ୱ ରହିଥାଏ। ଏଥିରେ କ୍ୟାଲୋରିରେ ଅଧିକ ଥାଏ କିନ୍ତୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।

ଭିଜାଚିନାବାଦାମ ଖାଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ। ଏହା କୋଷ୍ଠକାଠିନ୍ୟ ଏବଂ ପାଚନ ସମସ୍ୟାରୁ ମୁକ୍ତି ଦିଏ।

ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ । ଏହା ମଧୁମେହ ରୋଗୀଙ୍କ ପାଇଁ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ପାଇଁ ଏକ ଭଲ ବିକଳ୍ପ । ଭିଜା ହୋଇଥିବା ଚିନାବାଦାମରେ ନିଆସିନ୍ ଏବଂ ଏହାସହ ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ, ଜିଙ୍କ ଏବଂ ଆଇରନ ଥାଏ, ଯାହା କର୍କଟ କୋଷ ସହିତ ଲଢ଼ିବାରେ ସାହାଯ୍ୟ କରିପାରେ ।

ରାତିସାରା ଚିନାବାଦାମ ଭିଜାଇ ରଖିବା ଦ୍ଵାରା ଫାଇଟିକ୍ ଏସିଡ୍ ଭାଙ୍ଗିଯାଏ, ଯାହା ଶସ୍ୟ, ବିହନ ଏବଂ ଡାଲିରେ ମିଳିଥାଏ ଏବଂ ଏହାକୁ ଏକ ଆଣ୍ଟି-ନ୍ୟୁଟ୍ରିଏଣ୍ଟ ଭାବରେ ବିବେଚନା କରାଯାଏ ।

ଭିଜା ହୋଇଥିବା ଚିନାବାଦାମ ଖାଇବା ଦ୍ୱାରା ହୃଦୟ ସ୍ୱାସ୍ଥ୍ୟ ଭଲ ରହିଥାଏ । ଚିନାବାଦାମରେ ମନୋଅନସାଚୁରେଟେଡ୍ ଏବଂ ପଲିଅନସାଚୁରେଟେଡ୍ ଫ୍ୟାଟ୍ ଥାଏ ଯାହା ଖରାପ କୋଲେଷ୍ଟ୍ରଲ୍ ହ୍ରାସ କରେ। ଚିନାବାଦାମ ଖାଇବା ଦ୍ୱାରା ହୃଦରୋଗର ଆଶଙ୍କା କମିଯାଏ।

ଚିନାବାଦାମ ଶରୀରକୁ ଉଷ୍ମ ରଖିବାରେ ସାହାଯ୍ୟ କରେ। ସେଥିପାଇଁ ଲୋକମାନେ ଶୀତଦିନେ ଅଧିକ ଖାଆନ୍ତି। ଏହାକୁ ଖାଇବା ଦ୍ୱାରା ସାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହୁଏ।

ଯେଉଁମାନଙ୍କର ପିଠି ଯନ୍ତ୍ରଣା ହେଉଛି, ସେମାନେ ଗୁଡ଼ ସହିତ ଭିଜା ଚିନାବାଦାମ ଖାଇବା ଉଚିତ। ଏହା ସାରା ଦିନ ବସି ରହିବା ଯୋଗୁଁ ହେଉଥିବା ପିଠି ଯନ୍ତ୍ରଣାରୁ ମୁକ୍ତି ଦିଏ।

ଭିଜା ଚିନାବାଦାମ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି କରେ। ଏହା ବ୍ୟତୀତ ଯେଉଁମାନଙ୍କର ଦୃଷ୍ଟିଶକ୍ତି ଦୁର୍ବଳ କିମ୍ବା ଆଖି ବହୁତ ଚାପ ପଡେ ସେମାନେ ମଧ୍ୟ ଭିଜା ବାଦାମ ଖାଇବା ଉଚିତ। ଏହି ଚିନାବାଦାମ ସ୍ମରଣ ଶକ୍ତିକୁ ମଜବୁତ କରିଥାଏ ଏବଂ ଦୃଷ୍ଟିଶକ୍ତି ଭଲ ରଖେ ।

ପେଟ ସମସ୍ୟା ଥିବା ଲୋକଙ୍କ ପାଇଁ ଚିନାବାଦାମ ଭିଜାଇ ଖାଇବା ଲାଭଦାୟକ ଅଟେ । କାରଣ ଏହା ପେଟ ଫୁଲିବା ଏବଂ ଗ୍ୟାସ୍ ହେବାର ଆଶଙ୍କା କମ୍ କରିବାରେ ସାହାଯ୍ୟ କରେ ।

Comments are closed.