ସମ୍ବଲପୁର: ରକ୍ଷକ ସାଜିଲା ଭକ୍ଷକ । ସମ୍ବଲପୁରରେ ଜଣେ ପୋଲିସ କର୍ମଚାରୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି । ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଗିରଫ କନଷ୍ଟେବଳ ଜଣକ ହେଲେ ବରେଇପାଲି ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିରଞ୍ଚି ମୁଣ୍ଡା ।
ଖବର ମୁତାବକ, ସମ୍ପର୍କୀୟ ନାବାଳିକାଙ୍କୁ ଯାତ୍ରା ବୁଲାଇବାକୁ ଆଣି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ କନଷ୍ଟେବଳଙ୍କୁ ଗିରଫ କରାଯାଇଥିବା ନେଇ ସମ୍ବଲପୁର ପୋଲିସ ସୂଚନା ଦେଇଛି । ବିରଞ୍ଚି ମୁଣ୍ଡାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି ।
ସେପଟେ ଦୁଷ୍କର୍ମ ଉଦ୍ୟମ କରିଥିବା କନେଷ୍ଟବଳଙ୍କ ଡାକ୍ତରୀ ମାଇନା ପରେ ସମ୍ବଲପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ରହିଛି ।
Comments are closed.