ପୁରୀ: ପୁରୀ ବଡ଼ଦାଣ୍ଡରେ ଖଜା ବିକ୍ରି କରୁଥିବା ଉଠା ଦୋକାନୀ ମହାପ୍ରସାଦ ନାମ କହି ଖଜା ବିକ୍ରି କରୁଛନ୍ତି। ନିମ୍ନମାନର ଖଜାକୁ ଚଢ଼ା ଦାମରେ ବିକ୍ରି କରିବା ସହ ଓଜନ ମାପରେ ମଧ୍ୟ ଠକେଇ କରୁଛନ୍ତି।
ଏନେଇ ସିଂହ ଦ୍ଵାର ଥାନାରେ ଅଭିଯୋଗ ହେବାପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ। ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଚାରି ପାଖରେ ଖଜା ବିକ୍ରି କରୁଥିବା ଉଠା ଦୋକାନୀ ଓ ବ୍ୟବସାୟୀ ମାନଙ୍କୁ ସ୍ବତନ୍ତ୍ର ସ୍କ୍ୱାର୍ଡ ଦ୍ବାରା ଖୁବଶୀଘ୍ର ହଟାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ସେହିପରି ବିକ୍ରି ହେଉଥିବା ଖଜାର ମାନ ମଧ୍ୟ ଯାଞ୍ଚ କରାଯିବ। ଫୁଡ୍ ସେଫ୍ଟି ଲାଇସେନ୍ସ ନନେଇ ଖଜା ଫ୍ୟାକ୍ଟ୍ରି ଖୋଲିଥିବା ବ୍ୟବସାୟୀମାନଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଭକ୍ତମାନେ କାହାରି କଥାରେ ବିଶ୍ବାସ ନକରି କେବଳ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦ ଖଜା କିଣିବାକୁ ପୁରୀ ଜିଲ୍ଲାପାଳ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି। ।
ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ଯେ ବଡଦାଣ୍ଡ ଉଠା ଦୋକାନୀ ମାନେ ଭକ୍ତଙ୍କୁ ଖଜା ବିକ୍ରି ନେଇ ଠକେଇ କରୁଥିବା ଅଭିଯୋଗ ପରେ ସିଂହ ଦ୍ଵାର ଥାନା ରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ୨ଜଣ ଖଜା ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କୁ ଠକେଇ ମାମଲାରେ ଗିରଫ କରାଯାଇଛି। ବଡ ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖରେ ବେଆଇନ ଭାବେ ଖଜା ବିକ୍ରି କରୁଥିବା ଉଠାଦୋକାନୀଙ୍କୁ ହଟାଇବା ପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡକୁ କୁହାଯାଇଛି।
Comments are closed.