Latest Odisha News

BREAKING NEWS

ଆରସିବିର ବିଜୟ ଉତ୍ସବ ବେଳେ ଅଘଟଣ: ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା, ୭ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବିଜୟ ଉତ୍ସବ ସମୟରେ ଅଘଟଣ। ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବସ ସାମ୍ନାକୁ ଆସିଛି। ଏହାସହ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର (RCB)ର ବିଜୟ ପରେଡ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫:୦ ଟାରେ ଆରମ୍ଭ ହୋଇଥିଲା। ଖେଳାଳିମାନେ ଅପରାହ୍ନ ୪:୦୦ ଟାରେ ବିଧାନସୌଧରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଆଇପିଏଲ ବିଜେତା RCB ଟିମ୍‌କୁ ସ୍ବାଗତ କରିବା ପାଇଁ ପ୍ରବଳ ଭିଡ ଥିଲା।ଏହି ସମୟରେ ବେଙ୍ଗାଲୁରୁରେ ବିଧାନସୌଧ ଆଗରେ କ୍ରିକେଟ ପ୍ରେମୀ ମାନେ ଭିଡ଼ ଜମାଇଥିଲେ।

ବହୁତ ସଂଖ୍ୟାରେ କ୍ରିକେଟ୍‌ ଫ୍ୟାନ୍‌ ଭିଡ଼ ଜମାଇବାରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ହୋଇଥିଲା। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସର ଲାଠି ଚାର୍ଜ ହୋଇଥିଲା। ଏହି ଦଳାଚକଟାରେ ୨୦ ଜଣ ଆହତ ହୋଇଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ବିଜୟ ପରେଡକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପଟେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ବନ୍ଦ ହେଲା ମେଟ୍ରୋ ଷ୍ଟେସନ୍‌।

 

Comments are closed.