ଭୁବନେଶ୍ବର: ୨୦୨୫ ମସିହାରେ ପବିତ୍ର ଗଙ୍ଗା ଦଶହରାର ପର୍ବ ୫ ଜୁନ୍ (ଗୁରୁବାର) ଦିନ ପାଳିତ ହେବ। ଏହି ବିଶେଷ ଦିନରେ ଭକ୍ତମାନେ ପବିତ୍ର ଗଙ୍ଗା ନଦୀରେ ଆସ୍ଥାର ବୁଡ଼ ପକାଇଥାନ୍ତି। ବିଶ୍ୱାସ କରାଯାଏ ଯେ, ଏହି ଦିନ ମାତା ଗଙ୍ଗା ପୃଥିବୀରେ ଅବତରଣ କରିଥିଲେ। ତେବେ ଏହି ଦିନରେ ଅନେକ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି । ଏହି ଯୋଗ କିଛି ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୫ ଗଙ୍ଗା ଦଶହରାରେ ରବି ଯୋଗ ସମ୍ପୂର୍ଣ୍ଣ ଦିନ ପାଇଁ ପ୍ରଭାବଶାଳୀ ହେବ। ଏହା ସହ ସିଦ୍ଧି ଯୋଗ ସକାଳ ୯:୧୪ ପର୍ଯ୍ୟନ୍ତ ରହିବ, ଯାହା ଧାର୍ମିକ କାର୍ଯ୍ୟ ପାଇଁ ବିଶେଷ ଲାଭଦାୟକ। ଏହି ଦିନ ଯଦି ଆପଣ ଗରିବ ଏବଂ ଅସହାୟ ଲୋକଙ୍କୁ କିଛି ବିଶେଷ ଜିନିଷ ଦାନ କରନ୍ତି, ତେବେ ଏହି ପୁଣ୍ୟ ଯୋଗୁଁ ଆପଣଙ୍କର ଭାଗ୍ୟ ମଧ୍ୟ ଉନ୍ନତ ହୁଏ ।
ତେବେ ଏହି ଯୋଗ ୩ ରାଶିଙ୍କ ପାଇଁ ବେଶ୍ ଶୁଭ । ଆସନ୍ତୁ ଜାଣିବା ସେହି ରାଶିଙ୍କ ସମ୍ବନ୍ଧରେ..
ବୃଷ -ଆପଣଙ୍କ ପାଇଁ ଗଙ୍ଗା ଦଶହରା ଶୁଭଦାୟକ । ସ୍ୱାସ୍ଥ୍ୟ ଭଲ ରହିବ । ଧନ ଅର୍ଜନ ପାଇଁ ସମୟ ଭଲ ରହିଛି। ପୁରୁଣା ଋଣରୁ ମୁକ୍ତି ପାଇବେ । କର୍ମକ୍ଷେତ୍ରରେ ସଫଳତା ମିଳିବାର ବେଶ୍ ସମ୍ଭାବନା ରହିଛି । ପରିବାରରେ ସୁଖ ଶାନ୍ତି ଦେଖିବାକୁ ମିଳିବ । ମାନସିକ ଚାପ କମ୍ ହେବ ।
ମକର- କ୍ୟାରିୟର ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଗଙ୍ଗା ଦଶହରା ଅତ୍ୟନ୍ତ ଶୁଭ । ଜବ୍ ରେ ପଦୋନ୍ନତି ହେବ ଓ ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଯଦି ପୂର୍ବରୁ ନିବେଶ କରିଛନ୍ତି, ସେଥିରୁ ଭଲ ଲାଭ ମିଳିବ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ। ଏହି ଦିନ ଦାନ କରିବା ଦ୍ୱାରା ଆପଣ ମାନସିକ ଶାନ୍ତି ମିଳିବ ।
ମିଥୁନ- ଏହି ଯୋଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂତନ ସୁଯୋଗ ଆଣିଦେବ। ଶିକ୍ଷା,ଚାକିରୀ ଏବଂ ବ୍ୟବସାୟରେ ଉନ୍ନତି ହେବ । ମନରେ ସାହସ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। ଆଜି ପୂଜା ଏବଂ ଦାନ କରିବା ଦ୍ୱାରା ଆପଣଙ୍କ ଅଟକି ରହିଥିବା କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣ ହେବ ।
Comments are closed.