Latest Odisha News

BREAKING NEWS

ଶିକ୍ଷକ ବଦଳି ସୁପାରିସ୍‌ ପ୍ରସଙ୍ଗରେ ତାରା ବାହିନୀପତିଙ୍କ ବିସ୍ଫରକ ବୟାନ: କହିଲେ, ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି…

ଭୁବନେଶ୍ୱର: ଶିକ୍ଷକ ବଦଳି ସୁପାରିସ୍‌ ପ୍ରସଙ୍ଗରେ ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ମୋ ପାଖକୁ ୫୦୦ ଶିକ୍ଷକଙ୍କ ବଦଳି ତାଲିକା ଆସିଲାଣି। ମୁଁ ଜଣଙ୍କର ବି ବଦଳି ସୁପାରିସ୍‌ କରିନି। ବିଧାୟକଙ୍କୁ କ୍ଷମତା ଦେବା କଦର୍ଯ୍ୟ ନିଷ୍ପତ୍ତି ବୋଲି କହିଲେ ତାରା।

ତାରା କହିଛନ୍ତି, ‘ବିଧାୟକ ଏବଂ ସଂସାଦ ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିବା ରାଜ୍ୟ ସରକାରଙ୍କ କଦର୍ଯ୍ୟ ନିଷ୍ପତ୍ତି। ମୋ ପାଇଁ ସମସ୍ତେ ସମାନ। ତେଣୁ ମୁଁ କୌଣସି ଶିକ୍ଷକଙ୍କର ବଦଳି ପାଇଁ ସୁପାରିସ କରିନାହିଁ। ମୋର ନିଜର ସମ୍ପର୍କୀୟମାନେ ମଧ୍ୟ ମୋ ପାଖକୁ ଆସି ନାରାଜ ହୋଇଯାଇଛନ୍ତି। ମୁଁ କୌଣସି ଶିକ୍ଷକଙ୍କର ବଦଳି କରିବାର ପ୍ରଶ୍ନ ଉଠୁନି। ତେଣୁ ସରକାର ତୁରନ୍ତ କଣ କରିବେ କଣ କରିବେନି ତାହା ବିଚାର କରନ୍ତୁ।’

ସୂଚନା ଥାଉକି, ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ ସାଂସଦ ଓ ବିଧାୟକ । ରାଜ୍ୟରେ ବିଧାୟକ ଏବଂ ଏମପିମାନଙ୍କ କ୍ଷମତା ବୃଦ୍ଧି କରିବା ପାଇଁ ଏକ ପଦକ୍ଷେପରେ, ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ବିଧାନସଭା ସଦସ୍ୟ (ବିଧାୟକ) ଏବଂ ସାଂସଦଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିବାକୁ ଅନୁମତି ଦେଇଛନ୍ତି।

Comments are closed.