ପୁରୀ: ଆଉ ଦିନ କେଇଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି । ତେବେ ରଥଯାତ୍ରା ପୂର୍ବରୁ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶେଷ ହେବା ନେଇ ସୂଚନା ରହିଛି ।
ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ମେଘନାଦ ପାଚେରୀ ଇଟାରେ ପ୍ରସ୍ତୁତ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ଖଣ୍ଡେଲାଇଟ ପଥର ଦ୍ଵାରା ଓଡିଶାର ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯାଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l
ସେହିପରି, ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଗୋଟିଏ ସୂଚନା କେନ୍ଦ୍ର ଥିବାବେଳେ ବର୍ତ୍ତମାନ ଆଉ ଏକ ସୂଚନା କେନ୍ଦ୍ର ନିର୍ମାଣ କରାଯାଇଛି l ଶ୍ରୀଗୁଣ୍ଡିଚା ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତି କରଣକାର୍ଯ୍ୟ ହାତକୁ ନେଇଛି ଶ୍ରୀ ମନ୍ଦିର ପ୍ରଶାସନ l
ଗୁଣ୍ଡିଚା ମନ୍ଦିର ସିଂହ ଦ୍ଵାର ନିକଟରେ ସ୍ୱତନ୍ତ୍ର ଏଲଇଡିର ବ୍ୟବସ୍ଥା କରାଯାଉଛି । ଯେଉଁଥିରେ ଶ୍ରୀମନ୍ଦିରର ନୀତିକାନ୍ତି ସମ୍ପର୍କିତ ବିଭିନ୍ନ ସୂଚନା ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l
Comments are closed.