ଭୁବନେଶ୍ବର: ରାଜ୍ୟ ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୧ ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୧୭ଟି ପ୍ରକଳ୍ପ ନିର୍ମାଣ ହେଲେ ୧୦ ହଜାର ୫୮୪ ନିଯୁକ୍ତି ସୃଷ୍ଟି ହେବ।
ସୂଚନାଥାଉକି, ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ହେବ। ଫଳରେ ରାଜ୍ୟରେ ରୋଜଗାର ମିଳିବ ।
ରାଜ୍ୟ ସରକାରଙ୍କ ୩୮୭୮.୮୬ କୋଟିର ପୁଞ୍ଜି ନିବେଶ ହେଲେ ଯୁବପିଢ଼ି ଉପକୃତ ହେବେ ବୋଲି ଆଶା କରାଯାଉଛି। ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଇ ଓଡ଼ିଆ ଯୁବକଯୁବତୀଙ୍କୁ ନିର୍ଯାତନାର ଶିକାର ହେବାକୁ ଆଉ ପଡ଼ିବ ନାହିଁ ।
Comments are closed.