ଭୁବନେଶ୍ୱର: ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ୍ (BeMC)ର ନୂତନ କମିଶନର ଭାବରେ ପ୍ରଥମେଶ ଅରବିନ୍ଦ ରାଜେଶିର୍କଙ୍କୁ ନିଯୁକ୍ତ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି।
ସେ ୨୦୨୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ପୂର୍ବରୁ ବାଲେଶ୍ୱରର ସବ-କଲେକ୍ଟର ଭାବରେ କାର୍ଯ୍ୟ କରିବା ସହ ବାଲେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ। ବର୍ତ୍ତମାନ୍ ରାଜ୍ୟ ସରକାର ତୁରନ୍ତ ତାଙ୍କୁ ସେହି ଦାୟିତ୍ୱରୁ ମୁକ୍ତ କରି ନୂତନ ପଦବୀରେ ଯୋଗ ଦେବାକୁ କହିଛନ୍ତି।
ତେବେ ବିଏମସି କମିଶନର ପଦବୀ ଏବଂ ଓଡ଼ିଶା ସରକାରଙ୍କ ଉପସଚିବ ପଦବୀ ସମକକ୍ଷ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି।
Comments are closed.