ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ମହାପୁରଣ ସରଳ ଓ ସଂସ୍କୃତ ଭାଷାରେ ଲିପିବଦ୍ଧ ହେଲା ଏହାର ଆଦର ମଧ୍ୟ ସାଧାରଣ ଜନତାଙ୍କ ପାଖରେ ଖୁବ ରହିଲା କାରଣ ଭକ୍ତି, ଜ୍ଞାନ ଓ ବୈରାଗ୍ୟ ଭାବ ଉଦ୍ରେକକାରି ଥିଲା ଭାଗବତ
“ଭକ୍ତି ଜ୍ଞାନ ବିରାଗାଣା ତଦ ଘୋଷେଣ ବଳଂ ମହତ, ବ୍ରଜିଶ୍ୟତି ବୃ୍ୟୋଃ କଷ୍ଟଂ ସୁଖଂ ଭକ୍ତିଭବିଷ୍ୟତି ସରଳରେ ବୁଝିଲେ ଶ୍ରୀମଦ ଭାଗବତ ଜ୍ଞାନ ବୈରାଗ୍ୟର କଷ୍ଟ ତୁଟେଇ ଭକ୍ତି ଭାବରେ ଆନନ୍ଦ ପ୍ରଦାନ କରିଥାଏ, କିନ୍ତୁ ସେ କାଳରେ ଆର୍ଯ୍ୟ ମାନେ ଜ୍ଞାନକୁ ଆଧାର କରି ଉତ୍ପନ ବୌଦ୍ଧିକ ଚେତନା, ଅବା ପ୍ରଜ୍ଞା ବୁଦ୍ଧି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିଲେ।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-68-shrimad-bhagwat-gita-is-considered-the-essence-of-the-vedas-and-upanishads/
ଅନ୍ୟପକ୍ଷରେ ନିଷାଦ, କିରାତ, ତଥା ଦ୍ରାବିଡ଼ ମାନେ ନିଜ ହୃଦୟର ଭାବନା ଯାହା ଭକ୍ତିରୁ ଉତ୍ପନ ତାହା ଦ୍ୱାରା ପରିଚାଳିତ ହେଉଥିଲେ, ଶାସ୍ତ୍ର କହେ ଆଧ୍ୟାତ୍ମିକ ସିଦ୍ଧି ପାଇଁ ଉଭୟ ଜ୍ଞାଵ ଓ ଭକ୍ତିର ଆବଶ୍ୟକତା ରହିଛି। ତେଣୁ ସମଗ୍ର ଭାରତରେ ସଂସ୍କୃତ ଭାଗବତର ଆଦର ବଢି ଚାଲିଲା, ବିଭିନ୍ନ ଆଞ୍ଚଳିକ ଭାଷାରେ ଏହାର ଅନୁବାଦ ର ଆବଶ୍ୟକତାରୁ ଶ୍ରୀଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଜନ୍ମ ହେଲା, ଯାହାର ଏକାଦଶ ସ୍କନ୍ଦ ଷଷ୍ଠ ଅଧ୍ୟାୟ ରେ କିଛି ପଦ ଏହା ସୂଚାଏ
ଦ୍ରାବିଡ଼ ଦେଶରେ ଅନେକ।
ଜନ୍ମିବେ ହରି ଭକ୍ତ ଲୋକ।।
ସେ ଦେଶେ ନଦୀ ତାମ୍ରପର୍ଣ୍ଣି ।
ସେ କୃତମାଳା ପୟସ୍ବିନୀ ।।
କାବେରୀ ପୁଣ୍ୟା ମହାନଦୀ ।
ପ୍ରାଚୀ ତୀର୍ଥlଦି ଛନ୍ତି ଭେଦି ।।
ତାହାଙ୍କ ଜଳ କରି ପାନ ।
ନିର୍ମଳ ହେବ ତାଙ୍କ ମନ।।
ଲବେ ନିମିଷେ କ୍ଷଣେ ଲେଶେ ।
ଯେ ଅବା ଥିବେ ଯେଉଁ ଦେଶେ।।
କୃଷ୍ଣର ନାମ ଉଚେ ଗାଇ ।
ଲୋମ ପୁଲକ ତନୁ ବହି ।।
ନୟନୁ ବହେ ଅଶ୍ରୁ ଜଳ ।
ଲଭିବେ କୋଟି ତୀର୍ଥ ଫଳ ।।
ଏ ବଡ଼ ଲାଭ ଏ ଜଗତେ ।
କୃଷ୍ଣ ଭଜନ ନlନା ମତେ ।।
ଶ୍ରୀମଦ ଭାଗବତ ପଠନ, ଶ୍ରବଣ ଓ ମନନ ଦ୍ୱାରା ଶ୍ରୀକୃଷ୍ଣ ଙ୍କ ଭଜନ ଯେପରି ସଙ୍ଘଠିତ ହୁଏ ତାହା ଅତୁଳନୀୟ ଓଡ଼ିଆ ମଧ୍ୟଯୁଗୀୟ ସାହିତ୍ୟ ରେ ରହସ୍ୟବାଦୀ କବିତା ଯେତେବେଳେ ପ୍ରାଧାନ୍ୟ ଲାଭ କରିଥିଲା ସେତେବେଳେ ଭକ୍ତି ମାର୍ଗ କୁ ପ୍ରାଧାନ୍ୟ ଦେଇ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତ କୁ ସୃଷ୍ଟି କଲେ, ଏହା ସଂସ୍କୃତ ଭାଗବତ ର ଭାବାନୁବାଦ ଅଟେ, ସମ୍ପୂର୍ଣ ଅକ୍ଷରିକ ଅନୁବାଦ ନକରି ସଂସ୍କୃତ ଭାଗବତ ର ଭାବ କୁ ଆଧାର କରି ସରଳ ପ୍ରାକୃତ ଭାଷାରେ ରଚିତ ଓଡ଼ିଆ ଭାଗବତ ତେଣୁ ସମସ୍ତ ଓଡ଼ିଆ ଙ୍କର ପ୍ରାଣ ସ୍ୱରୂପ କିନ୍ତୁ ସଂସ୍କୃତଭାଗବତ ପରି ଶ୍ରୀଜଗନ୍ନାଥ ଦାସ ମଧ୍ୟ ଏହାକୁ ଚାରି ବେଦ ଙ୍କ ମୂଳ ଓ ନିଗମ ବୃକ୍ଷ ଫଳ ବୋଲି ଅଭିହିତ କରିଛନ୍ତି ଯଥା
ଏ ଚାରି ବେଦଙ୍କର ମୂଳ ।
ନିଗମ ବୃକ୍ଷ ର ଏ ଫଳ ।।
ଶ୍ରୀମଦ ଭାଗବତ ଗ୍ରନ୍ଥ ମହିମା ପ୍ରଚାର ଏହି ଭାଗବତ ସାର ରଚନା ର ଏକ ଅଭିନ୍ନ ଅଙ୍ଗ, ତେଣୁ ବାରମ୍ବାର ସେହି ଚେଷ୍ଟା ରେ ବ୍ରତି ହେବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧନାରେ ମନୋନିବେଶ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.