Latest Odisha News

BREAKING NEWS

ଆପରେଣ୍ଟିସିପ୍ ଏମ୍‌ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ପାଠ୍ୟକ୍ରମର ତୃତୀୟ ବର୍ଷରେ ଛାତ୍ରଛାତ୍ରୀଙ୍କୁ ଆପରେଣ୍ଟିସିପ୍ ଓ ଷ୍ଟାଇପେଣ୍ଡ ପ୍ରଦାନ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଆପରେଣ୍ଟିସିପ୍ ଏମ୍‌ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ (AEDP)ରେ ନାମଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ୍‌ ୧୦, ୨୦୨୬ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ ଆପରେଣ୍ଟିସିପ୍ ଏମ୍‌ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ ନିମନ୍ତେ ଆବେଦନ କରିପାରିବେ। ଶିକ୍ଷାବର୍ଷ ୨୦୨୬-୨୭ରେ ୧୧ଟି ପାଠ୍ୟକ୍ରମ ଯଥା : ବାଣିଜ୍ୟ, ଗୃହ ବିଜ୍ଞାନ, ଅର୍ଥନୀତି, ଇତିହାସ, ଇଂରାଜୀ, ପ୍ରାଣୀ ବିଜ୍ଞାନ, ଗଣିତ, ଗ୍ରନ୍ଥାଗାର ବିଜ୍ଞାନ, ରସାୟନ ବିଜ୍ଞାନ, ଭୂତତ୍ତ୍ୱ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ବିଷୟରେ ଆପରେଣ୍ଟିସିପ୍ ଏମ୍‌ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀମାନେ +୨ ପରେ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

ଆପରେଣ୍ଟିସିପ୍ ଏମ୍‌ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଶିଳ୍ପ ଅଭିଜ୍ଞତା ପ୍ରଦାନ କରିବ। ଏଥିସହ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ। ଆପରେଣ୍ଟିସିପ୍ ଏମ୍‌ବେଡେଡ଼ ଡିଗ୍ରୀ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମର ତୃତୀୟ ବର୍ଷରେ ଏକବର୍ଷ ପାଇଁ ଆପରେଣ୍ଟିସିପ୍ ସୁଯୋଗ ପ୍ରଦାନ କରାଯିବା ସହ ଷ୍ଟାଇପେଣ୍ଡ (ଆର୍ଥିକ ରାଶି) ପ୍ରଦାନ କରାଯିବାର ପ୍ରାବଧାନ ରହିଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Comments are closed.