Latest Odisha News

BREAKING NEWS

ଭାରତୀୟ ବଜାରରେ କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି..

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢୁଥିବା ସୁନା ଦର ଏବେ ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲକ୍ଷେ ଟଙ୍କା ପାର୍‌ ହୋଇ ସାରିଛି ସୁନା ଦର । ହେଲେ ଜୁନ୍‌ ୧୬ ଅର୍ଥାତ୍‌ ସୋମବାର ସୁନା ଦରରେ ସାମାନ୍ୟ ହ୍ରାସ ହୋଇଛି । ଯଦି ସୁନା କିଣିବାକୁ ଯାଉଛନ୍ତି ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।

ତେବେ ମିଳିଥିବା ସୂଚନା ଅନୁସାରେ, ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୧୭୦ ଟଙ୍କା ହ୍ରାସ ପାଇ ୧,୦୧,୫୧୦ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୧,୦୧,୬୮୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ କୁ ୯୩ ହଜାର ୫୦ ଟଙ୍କା ରହିଛି । ଗତକାଲି ଏହା ୯୩ ହଜାର ୨୦୦ ଟଙ୍କା ଥିଲା । ଏଥିରେ ୧୫୦ ଟଙ୍କା ହ୍ରାସ ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ କୁ ୭୬ ହଜାର ୧୪୦ ଟଙ୍କା ରହିଛି । ଗତକାଲି ଏହା ୭୬ ହଜାର ୨୬୦ ଟଙ୍କା ଥିଲା । ଏଥିରେ ୧୨୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ହ୍ରାସ ପାଇଛି । ୧୦୦ ଗ୍ରାମ୍‌ ରୁପା ଦର ୧୧ ହଜାର ୯୯୦ ଟଙ୍କା ରହିଛି । ଗତକାଲି ଏହା ୧୨ ହଜାର ଟଙ୍କା ଥିଲା । ଏଥିରେ ମାତ୍ର ୧୦ ଟଙ୍କା ହ୍ରାସ ହୋଇଛି ।

Comments are closed.