Latest Odisha News

BREAKING NEWS

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୧୨ ମାଓବାଦୀ, ପୋଲିସ ନିକଟରେ କଲେ ଆତ୍ମସମର୍ପଣ

ମାଲକାନଗିରି: ଧିରେ ଧିରେ ଭାଙ୍ଗୁଛି ମାଓବାଦୀଙ୍କ ଗଡ । ଅହିଂସା ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଏହି ପ୍ରରିପେକ୍ଷୀରେ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡ଼ିମ ଜିଲ୍ଲା ପୋଲିସ ନିକଟରେ ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଏମାନଙ୍କ ମଧ୍ୟରୁ ୨ ଜଣ ଡିଭିସିଏମ, ୪ ଜଣ ଏସିଏମ, ପାର୍ଟି ମେମ୍ବର ୨ ଜଣ, ମିସିଲିଆ ସଦସ୍ୟ ୨ ଜଣ ଏବଂ ୨ ଜଣ ଆରପିସି ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଡିଭିସିଏମ ମାଡ଼କମ ରାମା, ଡିଭିସିଏମ ମାଡକମ ଭୀମା, ଏସିଏମ ପୁନେମ କବିତା, ପିପିସିଏମ ଓୟାମ ଲକ୍କା, ଏସିଏମ ତାଥି ଭୀମା, ପିପିସିଏମ ପଡିୟମ ଦେବୀ, ପାର୍ଟି ମେମ୍ବର ମୁଚାକି ମାସା, ପାର୍ଟି ମେମ୍ବର ସୋଡ଼ି ହୁଙ୍ଗି, ମିଲିସିଆ ସଦସ୍ୟ କାଡ଼ତି ଦେବା, ମିଲିସିଆ ସଦସ୍ୟ ମାଡକମ କୋସା, ଆରପିସି ସଦସ୍ୟ ମାଡବୀ ପାଣ୍ଡୁ ଏବଂ ଆରପିସି ସଦସ୍ୟ ସୋଡି ଉରା ।

ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କୁ ସରକାରଙ୍କ ତରଫରୁ ୨୫ ହଜାର ଟଙ୍କା ଲେଖାଏଁ ମୋଟ ୨୬ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ତେଲେଙ୍ଗାନା ପୋଲିସ ସମସ୍ତ ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛି ।

ସେହିପରି ଏହା ପୂର୍ବରୁ ଏପ୍ରିଲ ୫ ତାରିଖରେ ଛତିଶଗଡ଼ର ୮୬ ଜଣ ମାଓବାଦୀ ମାଲକାନଗିରି ସୀମାନ୍ତ ତେଲଙ୍ଗାନାର ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଏମାନଙ୍କ ମଧ୍ୟରେ ଅନେକ ହାର୍ଡକୋର ମାଓବାଦୀ ମଧ୍ୟ ରହିଛନ୍ତି । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ରହିଥିଲେ । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ବିଜାପୁର ଏବଂ ସୁକମା ଅଞ୍ଚଳର ସୂଚନା ।

Comments are closed.