Latest Odisha News

BREAKING NEWS

ସ୍ପେସ ଏକ୍ସ ଷ୍ଟାରସିପର ଟେଷ୍ଟିଂ ସମୟରେ ବିସ୍ଫୋରଣ

ନୂଆଦିଲ୍ଲୀ: ଟେକ୍ସାସରେ ବୁଧବାର ଏକ ଷ୍ଟାଟିକ ଫାୟାର ଟେଷ୍ଟ ସମୟରେ ଏଲନ ମସ୍କଙ୍କ ଷ୍ଟାରସିପ୍ ଯାନରେ ବିସ୍ଫୋରଣ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରକେଟ୍ ର ତଳ ଭାଗରୁ ନିଆଁ ବାହାରି ଏହାର  ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଭିଡିଓ ରେ ଦେଖିବାକୁ ମିଳିଥିଲା।ତେବେ ଏଥିରେ କେହି କ୍ଷତାହତ ହୋଇନଥିବା ସୂଚନା ମିଳିଛି।

ପୂର୍ବରୁ ସ୍ପେସ୍ ଏକ୍ସର ଷ୍ଟାରସିପ୍ ରେ  ସୁପର ହେଭି ବୁଷ୍ଟର ଏବଂ ଷ୍ଟାରସିପ୍ ମହାକାଶଯାନ ଉଭୟର ପରୀକ୍ଷଣ କରାଯାଉଥିଲା।ତେବେ ଏହାର ଉଡ଼ାଣ ସମୟରେ ଏକ ବିସ୍ଫୋରଣ ଘଟିଥିଲା। ଏଲନ୍ ମସ୍କଙ୍କ ମହାକାଶ କାର୍ଯ୍ୟକ୍ରମର ଏହା  କ୍ରମାଗତ ତୃତୀୟ ବିଫଳତା ବୋଲି ଜଣାପଡ଼ିଛି।

ପୃଥିବୀରୁ ଚନ୍ଦ୍ର ଏବଂ ଶେଷରେ ମଙ୍ଗଳ ଗ୍ରହକୁ ଜିନିଷ ଏବଂ ମଣିଷ ପରିବହନ କରିବା ଏହାର ମୂଳ ଲକ୍ଷ୍ୟ ରହିଛି।

ଏହି ୪୦୦ ଫୁଟ ଉଚ୍ଚ ଷ୍ଟାକ୍ ରକେଟ ଏବଂ ମାନବହୀନ ମିଶନ ର ଏହା ନବମ ପ୍ରଚେଷ୍ଟା ଥିଲା ଏବଂ  ପୂର୍ବରୁ ଜାନୁଆରୀ ଓ ମାର୍ଚ୍ଚରେ ମଧ୍ୟ ଏହି ପରୀକ୍ଷଣ ବିଫଳ ହୋଇଥିଲା।

 

Comments are closed.