Latest Odisha News

BREAKING NEWS

ନିଶାସକ୍ତ ଅବସ୍ଥାରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର

ନୟାଗଡ: ପୁଣି ଲଜ୍ଜା । ଗାଁ ଦାଣ୍ଡରେ ଆଶା ଦିଦିଙ୍କୁ ମାଡ ମାରି ନିଶାସକ୍ତ ଅବସ୍ଥାରେ ଦୁର୍ବ୍ୟବହାର କଲେ। ନୟାଗଡ ଜିଲ୍ଲା ଫତେଗଡ ଥାନା ପାର୍ବତୀପୁର ଗାଁରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁସାରେ ଆଶା ଦିଦି ଟୁନି ମହାପାତ୍ର ବିଳମ୍ବିତ ରାତ୍ରୀରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ । ସେ ରୋଗୀଙ୍କୁ ଦେଖିବା ପରେ ନିଜ ଘରକୁ ଫେରୁଥିଲେ । ଏତିକିବେଳେ ସ୍ଥାନୀୟ ସୁବାସ ବେହେରାଙ୍କ ସହ ଅନ୍ୟ କିଛି ଯୁବକ ମଦ୍ୟପାନ କରୁଥିଲେ । ଟୁନି ଯିବା ରାସ୍ତାକୁ ସେ ବନ୍ଦ କରିବାରୁ ଟୁନି ପ୍ରତିବାଦ କରିଥିଲେ । ଯାହାପରେ ଅଭିଯୁକ୍ତ ମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ଟୁନିଙ୍କୁ ବାରମ୍ବାର ଆକ୍ରମଣ କରିବା ପରେ ସେ ସଜ୍ଞାହୀନ ହୋଇ ପଡିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ମଦ୍ୟପଙ୍କୁ ଏଭଳି କରିବାକୁ ବାରଣ କରିଥିଲେ । ହେଲେ ମଦ୍ୟପମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହି ଘଟଣାରେ ମାୟାଧର ନାମକ ଜଣେ ଯୁବକ ଆହତ ହୋଇ ଭାପୁର ଡାକ୍ତରଖାନାରେ ଭର୍ତି ହୋଇଥିଲେ । ତେବେ ଏହି ଘଟଣା ପରେ ପୋଲିସ ଗାଁରେ ପଂହଚି ତଦନ୍ତ ଆରମ୍ଭ କରିଛି ।

ତେବେ ଗାଁରେ ପୋଲିସ ପହଞ୍ଚିବା ପୂର୍ବରୁ ମଦ୍ୟପ ମାନେ ଘର ଛାଡି କୁଆଡେ ପଳାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଦେଖାଦେଇଛି। ତେବେ ଗାଁ ଦାଣ୍ଡରେ ଜଣେ ଆଶା ଦିଦିଙ୍କ ସହ ଏଭଳି ହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

 

Comments are closed.