Latest Odisha News

BREAKING NEWS

ମାଓବାଦୀଙ୍କ ଅମାନୁଷିକ କାଣ୍ଡ: ଘରୁ ଡାକିନେଇ ୨ ଜଣଙ୍କୁ କଲେ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଅମାନୁଷିକ କାଣ୍ଡ ଘଟାଇଲେ ମାଓବାଦୀ । ଜିଲ୍ଲାର ପମେଡ ଥାନା ଅନ୍ତର୍ଗତ ସେନ୍ଦ୍ରାବର ଏବଂ ଏମପୁର ଗ୍ରାମରେ ଦୁଇଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ ମାନେ । ପୋଲିସ ଇନଫର୍ମର ଦର୍ଶାଇ ହତ୍ୟା କରାଯାଇଥିବା ସୂଚନା ରହିଛି ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ମାଓବାଦୀ ମାନେ ସେନ୍ଦ୍ରାବର ଏବଂ ଏମପୁର ଗ୍ରାମରେ ପହଞ୍ଚିଥିଲେ । ଗ୍ରାମର ଅନ୍ୟ ଗ୍ରାମବାସୀଙ୍କୁ ମାଡ଼ ମାରିବା ସହ ଏହି ଦୁଇ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନେଇ ନିର୍ମମ ଭାବେ ହତ୍ୟା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.