ଲୀଡ୍ସ: ଯଶପ୍ରୀତ ବୁମରାହଙ୍କ ୫ ୱିକେଟ ସଫଳତା ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଭାରତ ପ୍ରଥମ ଇନିଂସରେ ୬ ରନର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଯଶସ୍ୱୀ ଜୈସୱାଲ(୧୦୧), ଶୁଭମନ ଗିଲ(୧୪୭) ଓ ରିଷଭ ପନ୍ତ(୧୩୪)ଙ୍କ ଶତକ ବଳରେ ୪୭୧ ରନ କରି ଅଲଆଉଟ ହୋଇଥିଲା । ଜୋଶ ଟଙ୍ଗ ଓ ବେନ ଷ୍ଟୋକ୍ସ ୪ଟି ଲେଖାଏଁ ୱିକେଟ ନେଇଥିଲେ । ଏହାର ଜବାବରେ ଘରୋଇ ଦଳ ତୃତୀୟ ଦିବସ ଚା ପାନ ବିରତି ବେଳକୁ ୪୬୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଓଲୀ ପୋପ ୧୦୬ ରନର ଆକର୍ଷଣୀୟ ଇନିଂସ ଖେଳିଥିବା ବେଳେ ଓ ହ୍ୟାରୀ ବ୍ରୁକ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ୯୯ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେନ ଡୋକେଟ ୬୨ ଓ ଜମୀ ସ୍ମିଥ ୪୦ ରନ କରିଥିଲେ ।
ଭାରତ ପକ୍ଷରୁ ସବୁଠାର ସଫଳ ବୋଲର ଭାବେ ବୁମରାହ ୮୩ ରନରେ ୫ଟି ୱିକେଟ ନେଇଥିଲେ । ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ୧୪ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଓ ମହମ୍ମଦ ସିରାଜ ୩ଟି ୱିକେଟ ହାସଲ କରିଥିଲେ । ଇଂଲଣ୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ୫ଟି ମ୍ୟାଚ ଖେଳାଯିବ । ଏହି ସିରିଜରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ନୂତନ ସାଇକେଲ ଆରମ୍ଭ ହୋଇଛି ।
Comments are closed.