Latest Odisha News

BREAKING NEWS

ଭଦ୍ରକରେ ଖୋଲିଲା ସ୍କୁଲ, କଲେଜ

ଭଦ୍ରକ ଜିଲ୍ଲାରେ ଆରମ୍ଭ ହେଲା ପାଠ ପଢା । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ଆଜିଠାରୁ ଖୋଲିଛି । ଗତ ୨୦ ତାରିଖରେ ସ୍କୁଲ ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ଜିଲ୍ଲାର କେତେକ ସ୍ଥାନରେ ଝାଡାବାନ୍ତି ଲାଗି ରହିଥିବାରୁ ସ୍କୁଲ, କଲେଜ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ୨ ଦିନ ସରିଯିବା ପରେ ଆଜିଠାରୁ ଜିଲ୍ଲାରେ ସ୍କୁଲ କଲେଜ ଖୋଲିଛି । ଦୀର୍ଘଦିନ ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀମାନେ ବେସ ଖୁସି ଅଛନ୍ତି । ଝାଡାବାନ୍ତି ବିଭିନ୍ନ ସ୍ଥାନରେ ହୋଇଥିବାରୁ ସ୍କୁଲ କଲେଜର ସଫାସୁତରାକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି ।

Comments are closed.