Latest Odisha News

BREAKING NEWS

ଅଣ୍ଡର ୧୯ ଏସିଆ କପ: ଭାରତୀୟ ଦଳ ଘୋଷଣା, ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ସ୍ଥାନ

ମସ୍କଟ: ଓମାନର ମସ୍କଟରେ ଆସନ୍ତା ନଭେମ୍ବର ୫ ରୁ ୧୪ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର-୧୯ ଏସିଆ କପ୍ ୨୦୨୬ ପାଇଁ ବିସିସିଆଇ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଏହି ଟୁର୍ନାମେଣ୍ଟରେ ଲକ୍ଷ୍ୟ ରାୟଚନ୍ଦାନୀ ଭାରତୀୟ ଦଳର ଅଧିନାୟକ ପଦ ସମ୍ଭାଳିବାକୁ ଥିବା ବେଳେ ୟଶବର୍ଦ୍ଧନ ସିଂହ ଚୌହାନଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି ।  ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବୀରେନ୍ଦ୍ର ସେହ୍ୱାଗ ଓ ରାହୁଲ ଡ୍ରାଭିଡଙ୍କ ପୁତ୍ର ଆର୍ୟ୍ୟବୀର ସେହୱାଗ ଏବଂ  ଅନ୍ୱୟ ଦ୍ରାବିଡ଼ (ୱିକେଟକିପର) ଙ୍କୁ ଏହି ୧୫ ଜଣିଆ ଦଳରେ ସ୍ଥାନ ମିଳିଛି ।

ଗ୍ରୁପ୍ ‘ଇ’ ରେ ଭାରତ, ପାକିସ୍ତାନ, ନେପାଳ ଏବଂ ୟୁଏଇ  ରହିଛନ୍ତି । ଆସନ୍ତା ନଭେମ୍ବର ୮ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ-ଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ ।

ଭାରତୀୟ ଦଳ : ଲକ୍ଷ୍ୟ ରାୟଚନ୍ଦାନୀ (ଅଧିନାୟକ), ୟଶବର୍ଦ୍ଧନ ସିଂହ ଚୌହାନ (ଉପ-ଅଧିନାୟକ), ଆର୍ୟ୍ୟବୀର ସେହୱାଗ,  ଅନ୍ୱୟ ଦ୍ରାବିଡ଼ (ୱିକେଟକିପର), ରଜତ ବାଘେଲ (ୱିକେଟକିପର), ଭି.କେ. ବିନୀଥ,  କୁଶାଗ୍ର ଓଝା,  ଅର୍ଜୁନ ରାଜପୁତ, ମନାଲ ଚୌହାନ, ଭି. ୟଶବୀର ଆର୍ୟ୍ୟନ, ସାବସାନୀମୋହିତ,  ଉଲଭାକାବ୍ୟ ପଟେଲ, ଶାବିନ ବିନୋଦ, ଇଶାନ ସୂଦ ।

Leave A Reply

Your email address will not be published.