Latest Odisha News

BREAKING NEWS

ୱାର୍ଲ୍ଡ ରେସଲିଂ ଚାମ୍ପିଅନ୍‌ସିପ୍ ୨୦୨୬: ଇତିହାସ ରଚିଲେ ମନୀଷା ଭାନୱାଲା

କାଜାଖସ୍ତାନର ଆସ୍ତାନାଠାରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିଅନ୍‌ସିପ୍ ୨୦୨୬ରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ମନୀଷା ଭାନୱାଲା (୫୯ କେଜି) ଇତିହାସ ରଚିଛନ୍ତି । ସେ ଆମେରିକାର ଆବିଗେଲ୍ ନେଟ୍ଟେଙ୍କୁ ପରାସ୍ତ କରି ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଭାରତ ପାଇଁ ପ୍ରଥମ ମହିଳା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲ୍ ମ୍ୟାଚ୍‌ରେ ମନୀଷା ପ୍ରାରମ୍ଭିକ ପର୍ୟ୍ୟାୟରେ ୦-୬ ରେ ପଛୁଆ ରହିଥିଲେ । ମାତ୍ର ସେ ନିଜର ଧୈର୍ୟ୍ୟ ଓ ରଣନୀତି ବଳରେ ଦମଦାର୍ ପ୍ରତ୍ୟାବର୍ତ୍ତନ କରି ଶେଷରେ ୮-୬ ରେ ମ୍ୟାଚ୍ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

 ଭାରତ ପାଇଁ ବିଶ୍ୱ ରେସଲିଂ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିବାରେ ସୁଶୀଲ କୁମାର (୨୦୧୦) ଙ୍କ ପରେ ମନୀଷା ହେଉଛନ୍ତି ଦ୍ୱିତୀୟ ଭାରତୀୟ ଏବଂ ପ୍ରଥମ ମହିଳା ରେସଲର୍ । ଏହି ଟୁର୍ନାମେଣ୍ଟରେ ମନୀଷାଙ୍କ ପୂର୍ବରୁ ନୀଲମ୍ (୫୦ କେଜି) ଏବଂ କାଜଲ (୭୬ କେଜି) ଫାଇନାଲ୍‌ରେ ପହଞ୍ଚି ରୌପ୍ୟ ପଦକ ହାସଲ କରିଥିବା ବେଳେ ତନ୍ନୁ ଶର୍ମା କାଂସ୍ୟ ପଦକ ଜିତିଥିଲେ । ମନୀଷା ଭାନୱାଲା ହରିୟାଣାର ରୋହତକ ଜିନ୍ଦ ଜିଲ୍ଲାର ବାସିନ୍ଦା ।ଏସୀୟ କ୍ରୀଡ଼ାରେ ୫୭ କେଜି ବର୍ଗରେ ପରାଜୟ ପରେ ସେ ଏହି ବିଶ୍ୱ ଚାମ୍ପିଅନ୍‌ସିପ୍ ପାଇଁ ୫୯ କେଜି ବର୍ଗକୁ ନିଜର ଓଜନ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ, ଯାହା ତାଙ୍କ ପାଇଁ ବେଶ୍ ସଫଳ ସାବ୍ୟସ୍ତ ହେଲା । ଏହା ପୂର୍ବରୁ ସେ ଏସୀୟ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ସହ ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ସଫଳତା ହାସଲ କରିସାରିଛନ୍ତି ।

Leave A Reply

Your email address will not be published.