Latest Odisha News

BREAKING NEWS

ବେଆଇନ ଭାବେ ଓଡ଼ିଶା ସୀମାରେ ପ୍ରଚାର କରୁଥିଲା ଆନ୍ଧ୍ରର ପ୍ରଚାର ଗାଡ଼ି…ପଟ୍ଟାଙ୍ଗି ତହସିଲଦାର ଗାଡ଼ି ଅଟକାଇଲେ

ପଟ୍ଟାଙ୍ଗି:କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମା ଭିତରେ ପ୍ରବେଶ କରି ବେଆଇନ ଭାବେ ପ୍ରଚାର କରୁଥିଲା ଆନ୍ଧ୍ରପ୍ରଦେଶର ଏକ ପ୍ରଚାର ଗାଡ଼ି । ପ୍ରଚାର ଗାଡ଼ିକୁ ସ୍ଥାନୀୟ ତହସିଲଦାର ଅଟକ ରଖିବା ସହ ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଏ ନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ତହସିଲଦାର ଧାରୁଆ ପ୍ରକାଶ କରିଛନ୍ତି।

ସୂଚନାଥାଉକି, ଆନ୍ଧ୍ରର ଟିଡିପି (TDP) ଦଳ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଚିରଞ୍ଜୀବ ତାଡିଙ୍ଗିଙ୍କ ସପକ୍ଷରେ ଏକ ଗାଡ଼ି ସାଇକେଲ ଚିହ୍ନ ଓ ଦଳୀୟ ପତାକା ଲଗାଇ ପଟ୍ଟାଙ୍ଗି ବ୍ଲକ ନୂଆଗାଁ ପଞ୍ଚାୟତର ଗାଲିଗାବଡ଼ା ଆଡ଼କୁ ଆସୁଥିଲା।

ଏପଟେ ଓଡ଼ିଶା ସୀମା ମଧ୍ୟରେ ଏପରି ନିୟମ ଉଲ୍ଲଂଘନ ନ କରିବାକୁ ପ୍ରଶାସନ ପକ୍ଷରୁ କଡ଼ା ତାଗିଦ୍ କରାଯାଇଛି।

ଖବରମୁତାବକ, ଆନ୍ଧ୍ରର ଟିଡିପି (TDP) ଦଳ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଚିରଞ୍ଜୀବ ତାଡିଙ୍ଗିଙ୍କ ସପକ୍ଷରେ ଏକ ଗାଡ଼ି ସାଇକେଲ ଚିହ୍ନ ଓ ଦଳୀୟ ପତାକା ଲଗାଇ ପଟ୍ଟାଙ୍ଗି ବ୍ଲକ ନୂଆଗାଁ ପଞ୍ଚାୟତର ଗାଲିଗାବଡ଼ା ଆଡ଼କୁ ଆସୁଥିବା ସମ୍ପର୍କରେ ଖବରପାଇ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, କୋଟିଆ ପଞ୍ଚାୟତର ସ୍ୱତନ୍ତ୍ର ଅଧିକାରୀ (OSD) ସୌରଭ କାନ୍ତ ଦାସ, ପିଇଓ ବଳଭଦ୍ର ପାଢ଼ୀ ଏବଂ ଯନ୍ତ୍ରୀ ପ୍ରସନ୍ନ ଗରଡ଼ା ପ୍ରମୁଖ ଉକ୍ତ ଗ୍ରାମ ନିକଟରେ ପହଞ୍ଚି ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ବିପୁଳ ପରିମାଣର ପ୍ରଚାର ପତ୍ର ମିଳିଥିଲା। ଏହାପରେ ପ୍ରଶାସନିକ ଅଧିକାରୀମାନେ ଗାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ ଗାଡ଼ିଟିକୁ ପଟ୍ଟାଙ୍ଗି ପୋଲିସ ଜିମା ଦେଇଛନ୍ତି।

Leave A Reply

Your email address will not be published.