Latest Odisha News

BREAKING NEWS

୧୮ବର୍ଷ ପରେ ଆସୁଛି ଷଡାଷ୍ଟକ ଯୋଗ ;ଏହି ୩ରାଶି ରୁହନ୍ତୁ ଅତ୍ୟନ୍ତ ସାବଧାନ…

ଭୁବନେଶ୍ବର:୧୮ ବର୍ଷ ପରେ ୨୦୨୫ ଜୁନ୍ ୩୦ ତାରିଖରେ ଶନି,ମଙ୍ଗଳ ଏବଂ କେତୁ ଏକତ୍ର ପ୍ରଭାବଶାଳୀ ହେବେ । ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଷଡାଷ୍ଟକ ଏବଂ କୁଜକେତୁ ଯୋଗ କୁହାଯାଏ। ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ଏହି ଯୋଗ ଅନେକ ରାଶି ପାଇଁ ଅଶୁଭ ପ୍ରମାଣିତ ହୁଏ। ବିଶେଷକରି ମେଷ, ସିଂହ ଏବଂ କନ୍ୟା ରାଶିର ଲୋକଙ୍କୁ ଏହି ସମୟରେ ଅଧିକ ସତର୍କ ରହିବାକୁ ପଡିବ କାରଣ ଏହି ଯୋଗ ଆର୍ଥିକ କ୍ଷତି, ସ୍ୱାସ୍ଥ୍ୟ ସମସ୍ୟା ଏବଂ ପାରିବାରିକ କଳହ ଆଣିପାରେ।

ଏଥର ଏହି ଯୋଗର ଏକ ଭୟଙ୍କର ପ୍ରଭାବ ପଡ଼ିବ। ଏହା ଜୁନ୍ ୩୦ ରୁ ଜୁଲାଇ ୨୮, ୨୦୨୫ ପର୍ଯ୍ୟନ୍ତ ରହିବ। ଯାହା ପ୍ରାୟ ଗୋଟିଏ ମାସର ଅବଧି। ଏହି ସମୟ ମଧ୍ୟରେ ଭୁଲ ନିଷ୍ପତ୍ତି କିମ୍ବା ତରବରିଆ କାରଣରୁ କ୍ଷତିରେ ପଡିପାରନ୍ତି ।

ମେଷ- ଏହି ସମୟରେ ମେଷ ରାଶିର ବ୍ୟକ୍ତିବିଶେଷ ଟଙ୍କା କାରବାରରେ ଅତ୍ୟନ୍ତ ସତର୍କ ରହିବେ । ହଠାତ୍ ନିଷ୍ପତ୍ତି ନେବା ଦ୍ୱାରା ଆର୍ଥିକ କ୍ଷତି ସହିପାରନ୍ତି । ବ୍ୟବସାୟିକ ସହଭାଗୀତା କରୁଥିବା ପାର୍ଟନରଙ୍କ ପ୍ରତି ବିଶେଷଭାବେ ସତର୍କତା ରହନ୍ତୁ । ପାରିବାରିକ ଜୀବନରେ କଳହ ସୃଷ୍ଟି ହୋଇପାରେ । ପିଲାମାନେ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।

ସିଂହ- ଏହି ଯୋଗ ଯୋଗୁଁ ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କ ଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ଦେଖାଯାଇପାରେ । ଟିକିଏ ଅସାବଧାନତା ମଧ୍ୟ ଆପଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିପାରେ।
ଆର୍ଥିକ ଚାପ ବୃଦ୍ଧି ପାଇପାରେ । ଫଳରେ ଚାପ ଏବଂ ଚିନ୍ତା ବଢିବ ଜୀବନରେ । କର୍ମକ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ମିଳିବ ନାହିଁ । ଆପଣ ଆପଣଙ୍କ କ୍ୟାରିୟର ଏବଂ ପରିବାର ବିଷୟରେ ଚିନ୍ତିତ ରହିବେ। ଏହି ସମୟରେ ନିଜର କଠିନ ପରିଶ୍ରମର ଫଳ ମିଳିବ ନାହିଁ।

କନ୍ୟା- ଏହିରେ ରାଶିର ଜନ୍ମିତ ଲୋକଙ୍କ ପାଇଁ ଏହି ସମୟ ବହୁତ ଚ୍ୟାଲେଞ୍ଜିଂ ହେବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ପରିବାରରେ ଉତ୍ତେଜନାର ପରିସ୍ଥିତି ଦେଖାଦେଇପାରେ । ଏହି ସମୟରେ ଗୁପ୍ତ ଶତ୍ରୁମାନେ ମଧ୍ୟ ସକ୍ରିୟ ରହିବେ । ଭୁଲରେ ମଧ୍ୟ କାହା ସହିତ ଝଗଡା କରନ୍ତୁ ନାହିଁ। ଶତ୍ରୁମାନେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି । ସତର୍କ ନରହିଲେ ଆପଣଙ୍କୁ ଆଇନଗତ ବିବାଦର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ ।

Comments are closed.