Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା-ଟମାଟୋ ମାଡ଼ ଅଭିଯୋଗ, ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା, ଟମାଟୋ ମାଡ଼ ଅଭିଯୋଗ ହୋଇଛି । କଂଗ୍ରେସ କର୍ମୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଥିଲେ । ନାରୀ ନିର୍ଯାତନା ଅଭିଯୋଗ ଆଣିବା ସହ ଓଡ଼ିଆ ଅସ୍ମିତା କେଉଁଆଡ଼େ ଗଲା ବୋଲି ନାରାବାଜି କରିଥିଲେ ଯୁବ କଂଗ୍ରେସ କର୍ମୀ ।

ରାଜ୍ୟରେ ନାରୀମାନଙ୍କ ଉପରେ ନିର୍ଯାତନା ବଢିଚାଲିଥିବାବେଳେ ସରକାର ନିରବଦ୍ରଷ୍ଟା ପାଲଟିଛନ୍ତି । ଦଳିତଙ୍କୁ ମାଡ ମରାଯାଉଛି, ତାଙ୍କୁ ଲଣ୍ଡା କରାଯାଇ ରାଜରାସ୍ତାରେ ଚଲାଉଛନ୍ତି। ରାଜ୍ୟରେ ଗଣତନ୍ତ୍ର ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ଯୁବ କଂଗ୍ରେସ କର୍ମୀ । ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତାପ ଦିଅନ୍ତୁ, ନଚେତ ଆଗାମୀ ଦିନରେ ବିରୋଧକୁ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଖାଲି ସେତିକି ନୁହେଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଗସ୍ତ କରିବେ ସେଠାରେ ତାଙ୍କୁ ବିରୋଧ କରାଯିବ ବୋଲି ମଧ୍ୟ ଯୁବ କଂଗ୍ରେସ ଚେତାବନୀ ଦେଇଛି । ଏହି ସମୟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା-ଟମାଟୋ ମାଡ଼ କରିଥିଲେ । ଫଳରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ରହିଛି ।

Comments are closed.