ସୁନ୍ଦରଗଡ:ଓଡ଼ିଶାର କୃଷି କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ବିଶ୍ବ ବଜାରରେ ପହଞ୍ଚିବ ଓଡ଼ିଶାର କୃଷି ଉତ୍ପାଦ । ସୁନ୍ଦରଗଡ ଆମ୍ବ ସୁଦୂର ଫ୍ରାନ୍ସକୁ ରପ୍ତାନୀ କରାଯାଇଛି । ଲେଫ୍ରିପଡା ବ୍ଲକରୁ ୧୮କ୍ବିଣ୍ଟାଲ ଆମ୍ରପାଲି ପ୍ରଜାତିର ଆମ୍ବ ଫ୍ରାନ୍ସକୁ ପଠାଯାଇଛି ।

ଜିଲ୍ଲା ପ୍ରଶାସନ ଓ ସୁନ୍ଦରଗଡ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ଏପିସି ପ୍ରକଳ୍ପ ଅଧୀନରେ ଗଠିତ ମହିଳା ଚାଷୀ ଉତ୍ପାଦକ ଗୋଷ୍ଠୀ ଆଲୋକପ୍ରଭା ମହିଳା ଚାଷୀ ଉତ୍ପାଦକ କମ୍ପାନୀ ମାଧ୍ୟମରେ ଏହା ସମ୍ଭବ ହୋଇଛି । ଆମ୍ବଭରା ଗାଡିକୁ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆଲୋକପ୍ରଭା ମହିଳା ଚାଷୀ ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ପଦକ୍ଷେପ ଜିଲ୍ଲାର ମହିଳା ଚାଷୀଙ୍କୁ ସ୍ବାବଲମ୍ବୀ କରିବ ।
Comments are closed.