Latest Odisha News

BREAKING NEWS

ବୃଦ୍ଧା ଜେଜେମାଙ୍କୁ ଅଳିଆ ଗଦାରେ ଫୋପାଡି ଦେଲା ନାତି

ମୁମ୍ବାଇ: ମୁମ୍ବାଇରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ ଆରେ କଲୋନୀର ଜଣେ ବୃଦ୍ଧା ମହିଳାଙ୍କୁ ପୋଲିସ ଏକ ଅଳିଆ ଗଦାରୁ ଉଦ୍ଧାର କରି ଭିଲେ ପାର୍ଲର କୁପର ହସ୍ପିଟାଲରେ ଭର୍ତ୍ତି କରିଥିଲା।

ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ନାତି ସହିତ ମାଲାଡରେ ରୁହନ୍ତି। ତାଙ୍କ ନାତି ତାଙ୍କୁ ଏଠାରେ ଛାଡି ଚାଲିଯାଇଥିଲେ। ମହିଳାଙ୍କ ବୟାନ ଆଧାରରେ ପୋଲିସ ତାଙ୍କ ପରିବାରକୁ ଖୋଜି ପାଇଥିଲା। ପ୍ରଥମେ ପରିବାର ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଥିଲା। ସେମାନେ କହିଥିଲେ ଯେ ତାଙ୍କର ମାନସିକ ଅବସ୍ଥା ଭଲ ନଥିବା ବେଳେ ଯେକୌଣସି ସ୍ଥାନକୁ ପଳାଇ ଯାଆନ୍ତି। କିନ୍ତୁ ପରେ କିଛି ପ୍ରମାଣ ଦେଖାଇବା ପରେ ନାତି ଜଣକ ସ୍ୱୀକାର କରିଥିଲା ଯେ ସେ ତାଙ୍କ ଜେଜେମାଙ୍କୁ ସେଠାରେ ଛାଡି ଆସିଥିଲେ।

ରିପୋର୍ଟ ଅନୁଯାୟୀ, ମହିଳାଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରିବା ପରେ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଏକ ହସ୍ପିଟାଲ କ୍ଲିପ୍ ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ମହିଳାଙ୍କ ନାତି ସାଗର ଶେୱାଲେ ଏବଂ ତାଙ୍କ କାକା ବାବାସାହେବ ଗାୟକୱାଡ ମହିଳାଙ୍କୁ ଭିତରକୁ ନେଇ ଯାଉଥିବା ଦେଖାଯାଇଛି।

ତେବେ ପଚରାଉଚରା ପରେ ନାତି ସାଗର କହିଥିଲେ ଯେ ସେ ତାଙ୍କ ଜେଜେମା’ଙ୍କ ମୃତଦେହକୁ ସେଠାରେ ଫିଙ୍ଗି ଦେଇଥିଲେ। ରିପୋର୍ଟ ଅନୁସାରେ କାକା ଏବଂ ଭଣଜା ଦୁହେଁ ଯଶୋଦାଙ୍କୁ ଏକ ଅଟୋ ରିକ୍ସାରେ ହସ୍ପିଟାଲକୁ ଆଣିଥିଲେ ଏବଂ ପରେ ତାଙ୍କୁ ଏକ ଅଳିଆ ଗଦାରେ ଛାଡି ଦେଇଥିଲେ।

ପୋଲିସ ପକ୍ଷରୁ ସାଗର ଶେୱାଲେ, ତାଙ୍କ କାକା ଏବଂ ଅଟୋ ଡ୍ରାଇଭରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସେମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ।

 

Comments are closed.