ଛପରା: ଭାରତର ପେସ ବୋଲର ମୁକେଶ କୁମାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ଦିବ୍ୟା ସନ୍ତାନ ଜନ୍ମ କରିବା ପରେ ମୁକେଶ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ବିହାରର ଛପରା ବାସିନ୍ଦା ମୁକେଶ ୨୦୨୩ରେ ଦିବ୍ୟାଙ୍କୁ ବିବାହ କରିଥିଲେ । ସେ ବେଙ୍ଗଲ ପାଇଁ ୧୯ ବର୍ଷର କମ କ୍ରିକେଟ ଖେଳିଛନ୍ତି । ରଣଜୀ ଟ୍ରଫିରେ କ୍ରମାଗତ ଭଲ ପ୍ରଦର୍ଶନ କରିବା ଯୋଗୁ ତାଙ୍କୁ ୨୦୨୨ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ଏ ଦଳରେ ସାମିଲ କରାଯାଇଥିଲା । ସେ ୩୬ ରନରେ ୫ଟି ୱିକେଟ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏହା ପରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା ।
ସେ ଟିମ ଇଣ୍ଡିଆ ପକ୍ଷରୁ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୧୭ ଟି୨୦ ମ୍ୟାଚ ଖେଳିଛନ୍ତି । ୩ଟି ଯାକ ଫର୍ମାଟରେ ସେ ଯଥାକ୍ରମେ ୭, ୫ ଓ ୨୦ ୱିକେଟ ହାସଲ କରିଥିଲେ । ୫୨ ପ୍ରଥମ ଶ୍ରେଣୀ ମ୍ୟାଚରେ ମୁକେଶ ୨୧୦, ୩୬ ଲିଷ୍ଟ ଏ ରେ ୪୪ ଓ ୭୭ ଟି୨୦ରେ ୮୩ ୱିକେଟ ନେଇଛନ୍ତି ।
Comments are closed.