Latest Odisha News

BREAKING NEWS

ଏହି ୪ଟି ଜିନିଷ ChatGPTକୁ ଭୁଲରେ ପଚାରନ୍ତୁ ନାହିଁ, ଜାଣନ୍ତୁ ପୂରା ସୂଚନା

ନୂଆଦିଲ୍ଲୀ: ୨୦୨୨ରେ ଲଞ୍ଚ ହେବା ପରେ ଚାଟଜିପିଟି (ChatGPT) ବିଶ୍ୱବ୍ୟାପୀ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଛି। ରିପୋର୍ଟ ଅନୁଯାୟୀ, ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଆଧାରିତ ଟୁଲ ପ୍ରତିଦିନ ପ୍ରାୟ ୧୦୦ କୋଟି ଥର ସର୍ଚ୍ଚ କରାଯାଉଛି, ଯାହା ଏହାକୁ ଗୁଗଲଠାରୁ ମଧ୍ୟ ଅଧିକ ଲୋକପ୍ରିୟ କରିଛି। ଚାଟଜିପିଟି ଆଜି ଲେଖା, କୋଡିଂ, ଗବେଷଣା ଓ ଗ୍ରାହକ ସେବା ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତି ଓ କମ୍ପାନୀମାନଙ୍କୁ ସାହାଯ୍ୟ କରୁଛି। କିନ୍ତୁ ଏହାର ସମସ୍ତ ସୁବିଧା ସତ୍ତ୍ୱେ, କିଛି ଏପରି ଜିନିଷ ଅଛି ଯେଉଁଥିପାଇଁ ଏହା ଉପରେ ଭରସା କରିବା ଠିକ୍‌ ନୁହେଁ। ଆସନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ଚାଟଜିପିଟିରୁ ପରାମର୍ଶ ନେବା ଉଚିତ ନୁହେଁ ଏବଂ ଏହା କେଉଁଠାରେ ସାହାଯ୍ୟକାରୀ।

ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ନିଅନ୍ତୁ ନାହିଁ
ଯଦିଓ ଚାଟଜିପିଟି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରେ, ତେବେ ଏହାର ଅର୍ଥ ଏହା ନୁହେଁ ଯେ ଏହା ଆପଣଙ୍କ ଡାକ୍ତର ହୋଇପାରିବ। ଅନେକ ସମୟରେ ଡାକ୍ତରଙ୍କ ପାଖକୁ ଯିବା କଷ୍ଟ ଲାଗିପାରେ, କିନ୍ତୁ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପାଇଁ ପ୍ରକୃତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଚାଟଜିପିଟିରୁ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ନେବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ।

ହ୍ୟାକିଂ ସମ୍ପର୍କୀୟ ପ୍ରଶ୍ନ ନ ପଚାରନ୍ତୁ
ଯଦି ଆପଣ ଭାବୁଛନ୍ତି ଚାଟଜିପିଟିରୁ କାହାର ସୋସିଆଲ ମିଡିଆ କିମ୍ବା ଇ-ମେଲ ହ୍ୟାକ କରିବାର ଉପାୟ ପଚାରି ପାରିବେ, ତେବେ ଆପଣ ଭୁଲ କରୁଛନ୍ତି। ହ୍ୟାକିଂ କେବଳ ବେଆଇନ ନୁହେଁ, ଚାଟଜିପିଟି ଭଳି ଏଆଇ ଟୁଲଗୁଡ଼ିକୁ ଏପରି ତଥ୍ୟ ଦେବାକୁ କଟକଣା ଲଗାଯାଇଛି। ଏଭଳି କୌଣସି ଚେଷ୍ଟା କଲେ ଏହା ଆପଣଙ୍କୁ କଠୋର ଭାବେ ମନା କରିଦେବ।

ଆଇନଗତ ପରାମର୍ଶ ନେବା ହୋଇପାରେ ବିପଦଜନକ
ଆଇନଗତ ମାମଲାର ଜଟିଳତା ଓ ଗମ୍ଭୀରତାକୁ ଦେଖି ଚାଟଜିପିଟିରୁ ଆଇନଗତ ପରାମର୍ଶ ନେବା ଆପଣଙ୍କ ପାଇଁ ଭୁଲ ପ୍ରମାଣିତ ହୋଇପାରେ। ସାଧାରଣ ତଥ୍ୟ ପାଇଁ ଏହା ଠିକ୍‌ ହୋଇପାରେ, କିନ୍ତୁ କୌଣସି ଆଇନଗତ ପଦକ୍ଷେପ ନେବା ପୂର୍ବରୁ ଜଣେ ଆଇନଜୀବୀଙ୍କ ପରାମର୍ଶ ନେବା ହିଁ ବୁଦ୍ଧିମାନେ କାର୍ଯ୍ୟ।

ଆର୍ଥିକ ବା ନିବେଶ ନିଷ୍ପତ୍ତି ନିଅନ୍ତୁ ନାହିଁ
ଯଦି ଆପଣ ଶେୟାର ବଜାର କିମ୍ବା ନିବେଶ ସମ୍ପର୍କୀୟ ଭବିଷ୍ୟବାଣୀ ଚାଟଜିପିଟି ଜରିଆରେ କରିବାକୁ ଚାହୁଁଛନ୍ତି, ତେବେ ସାବଧାନ ରୁହନ୍ତୁ। ଏଆଇ ଆଧାରିତ ତଥ୍ୟ ଅନେକ ସମୟରେ ଅସମ୍ପୂର୍ଣ୍ଣ କିମ୍ବା ପୁରୁଣା ଡାଟା ଉପରେ ଆଧାରିତ ହୋଇପାରେ। ଏପରି ନିଷ୍ପତ୍ତି ନେବା ପୂର୍ବରୁ ଆର୍ଥିକ ବିଶେଷଜ୍ଞଙ୍କ ପରାମର୍ଶ ନେବା କିମ୍ବା ନିଜେ ତଥ୍ୟ ସଂଗ୍ରହ କରି ନିଷ୍ପତ୍ତି ନେବା ଉତ୍ତମ।

ବିପଜ୍ଜନକ କିମ୍ବା ହିଂସାତ୍ମକ ତଥ୍ୟ ନ ପଚାରନ୍ତୁ
ଯଦି ଆପଣ ବୋମା ତିଆରି ଭଳି ବିପଜ୍ଜନକ ତଥ୍ୟ ଚାଟଜିପିଟିରୁ ପଚାରିବାକୁ ଚେଷ୍ଟା କରନ୍ତି, ତେବେ ଏହା ତୁରନ୍ତ ମନା କରିଦେବ। ଏହି ଟୁଲ ସୁରକ୍ଷା ଓ ନୈତିକତାକୁ କଠୋର ଭାବେ ପାଳନ କରେ ଏବଂ କୌଣସି ପ୍ରକାରର ହିଂସାତ୍ମକ କିମ୍ବା ବେଆଇନ ତଥ୍ୟ ଦେବାକୁ ସଫାସଫା ମନା କରିଦିଏ।

 

Comments are closed.