Latest Odisha News

BREAKING NEWS

ବୁମରାହଙ୍କୁ ନେଇ ଟିମ ଇଣ୍ଡିଆ ଉପରେ ରାଗିଗଲେ ଡିଭିଲର୍ସ

ନୂଆଦିଲ୍ଲୀ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ନିକଟରୁ ଭାରତ ପରାଜିତ ହୋଇଛି । ସିରିଜରେ ୫ଟି ମ୍ୟାଚ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଯଶପ୍ରୀତ ବୁମରାହ ସିରିଜରେ ୩ଟି ମ୍ୟାଚ ଖେଳିବେ ବୋଲି କୋଚ ଗୌତମ ଗମ୍ଭୀର କହିଛନ୍ତି । ଯାହା ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ପସନ୍ଦ ଆସିନି । ସେ କହିଛନ୍ତି ବୁମରାହ ଭାରତର ମୂଖ୍ୟ ବୋଲିଂ ଅସ୍ତ୍ର । ତାଙ୍କ ଅନୁପସ୍ଥିତି ଇଂଲଣ୍ଡକୁ ଫାଇଦାରେ ରଖିବ । ଡେଲ ଷ୍ଟେଇନଙ୍କ ଉଦାହରଣ ଦେଇ ସେ କହିଥିଲେ, ସେ ମଧ୍ୟ ଆଘାତ ସମସ୍ୟାରେ ରହୁଥିଲେ । ତାଙ୍କୁ ଆମେ ଟେଷ୍ଟ କ୍ରିକେଟ ଖେଳିବା ଉପରେ ଗୁରୁତ୍ୱ ଦେଉଥିଲୁ । ଅନ୍ୟ ଫର୍ମାଟଗୁଡିକରେ ସେ ବିଶ୍ରାମ ନେଉଥିଲେ ।

ଯଦି ତୁମର ଶ୍ରେଷ୍ଠ ବୋଲର ତେବେ ତାଙ୍କୁ ବିଶ୍ରାମ ଦେବା ପାଇଁ ଅନ୍ୟ ପନ୍ଥା ଆପଣାଇବାକୁ ପଡିବ । ଟେଷ୍ଟ କ୍ରିକେଟରେ ମୂଖ୍ୟ ବୋଲର ବିନା ଓହ୍ଲାଇବା ଯୁକ୍ତିଯୁକ୍ତ ନୁହେଁ । ଟିମ ମ୍ୟାନେଜମେଂଟ ବୁମରାହଙ୍କୁ ନେଇ ଉପଯୁକ୍ତ ରଣନୀତି ଆପଣାଉ ବୋଲି ଡିଭିଲର୍ସ କହିଛନ୍ତି । ପ୍ରଥମ ଟେଷ୍ଟରେ ବୁମରାହ ପ୍ରଥମ ଇନିଂସରେ ୫ଟି ୱିକେଟ ଅକ୍ତିଆର କରିଥିଲେ ।

Comments are closed.