Latest Odisha News

BREAKING NEWS

ରିଲିଜ ହେଲା ଗୁଡ଼ନ୍ୟୁଜ: ପ୍ରଥମ ଦିନରେ ସାଉଁଟିଲା ଦର୍ଶକଙ୍କ ପ୍ରଶଂସା

ମୁମ୍ବାଇ: ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଛି ଖିଲାଡି ବୟ ଅକ୍ଷୟ କୁମାର ଓ ବେବୋଙ୍କ ଅଭିନୀତ ମୁଭି ‘ ଗୁଡ଼ ନ୍ୟୁଜ’ । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ରାଜ ମେହତା ।

ଏଥିରେ ଅକ୍ଷୟ କୁମାର, କରୀନା କପୁର, ଦିଲଜିତ୍‍ ଓ କିୟାରା ଆଡ଼ଭାଣୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ପ୍ରଥମ ଦିନରେ ଚଳଚ୍ଚିତ୍ରଟି ଖୁବ୍‍ ପ୍ରଶଂସା ସାଉଁଟିଛି। ଚଳଚ୍ଚିତ୍ରରେ ସମସ୍ତ କଳାକାରଙ୍କ ଅଭିନୟକୁ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି। କିଛି ଦର୍ଶକ ଏହାକୁ ବ୍ଲକ୍‍ବଷ୍ଟର ବୋଲି ମଧ୍ୟ କହିଛନ୍ତି।

ରିଭ୍ୟୁରେ ଏହାକୁ ୪ ଷ୍ଟାର ମିଳିଛି ।

ଚଳଚ୍ଚିତ୍ରଟିକୁ ଦର୍ଶକ ଓ ସମୀକ୍ଷକଙ୍କ ବହୁତ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ପ୍ରଥମ ଦିନରେ ଏହା ୧୪ ରୁ ୧୫.୫୦ କୋଟି ଟଙ୍କା ଆୟ କରିପାରେ ବୋଲି ସିନେ ସମୀକ୍ଷକ ମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.