Latest Odisha News

BREAKING NEWS

ମିଲିଲା ଚୋରି ବାସନ ସାମଗ୍ରୀ, ୧୪ ଅଭିଯୁକ୍ତ ଗିରଫ

ବରଗଡ: ଚୋରି ବିଦ୍ୟୁତ୍ ତାରରେ ବାସନ ସାମଗ୍ରୀ ତିଆରି କରୁଥିବା ଚୋର ଗ୍ୟାଙ୍ଗକୁ ଧରିଛି ବରଗଡ଼ ପୋଲିସ । ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ସୂଚନା ଅନୁସାରେ ଚୋରି ହୋଇଥିବା ବିଦ୍ୟୁତ୍ ତାରକୁ ତରଲେଇ ବାସନ ସାମଗ୍ରୀ ତିଆରି କରୁଥିଲେ । ତେବେ ଗୋଡ଼ଭଗା ଠାରେ ବାସନ ତିଆରି କରୁଥିବା ସ୍ଥାନକୁ ଅତର୍କିତ ଭାବେ ପୋଲିସ ଚଢ଼ାଉ କରିଥିଲା ।

ଚଢ଼ାଉ ବେଳେ ବହୁ ସଂଖ୍ୟାରେ ବାସନ ସାମଗ୍ରୀ ଜବତ କରିବା ସହ ଗିରଫ ଅଭିଯୁକ୍ତଙ୍କ ଠାରୁ ୫ଟି ଆଣ୍ଡ୍ରଏଡ୍ ମୋବାଇଲ, ଗୋଟିଏ ଲୁହା କଟର, ଦୁଇଟି ବିଦ୍ୟୁତ୍ ବଣ୍ଡଲ ତାର, ଏକ ଧଳା ରଙ୍ଗର ବୋଲେରୋ ଗାଡ଼ି, ଗୋଟିଏ ହଳ ହାଣ୍ଡ ଗ୍ଲୋଭ, ଗୋଟିଏ ଆରି ପାତିଆ, ଗୋଟିଏ ଟର୍ଚ୍ଚ ଲାଇଟ୍, ୩ଟି ଲୁହା କଡେଇ ଫର୍ମା, ଆଲୁମିନିୟମ ଡଷ୍ଟ ଓ କଟ୍ ପିସ୍, ଦୁଇଟି ଗନି ବେଗ୍ ଓ ଆଲୁମିନୀୟମ ବାସନ କୁସନ ସାମଗ୍ରୀ ଜବତ କରାଯାଇଛି ।

ବିଦ୍ୟୁତ୍ ତାର ସାଙ୍ଗକୁ ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ କପର ମଧ୍ୟ ଏହି ଚୋର ଗ୍ୟାଙ୍ଗ ଚୋରି କରୁଥିବା ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ସୁଚନା ଦେଇଛନ୍ତି । ତେବେ ଏହି ଚୋର ମାନଙ୍କର ବିଭିନ୍ନ ଚୋରି ସହ ପୂର୍ବରୁ ସଂପୃକ୍ତି ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ସେନେଇ ପୋଲିସ ତଦନ୍ତ ଜାରି ରଖଛି ।

Comments are closed.