Latest Odisha News

୨୦୨୦ ଟ୍ରମ୍ପ ଓ ପୁତିନଙ୍କ ପାଇଁ ବିପଦପୂର୍ଣ୍ଣ ହେବ: ବାବା ଭ୍ୟାଙ୍ଗା

ବୁଲଗେରିଆର ନେତ୍ରହୀନ ବାବା ଭ୍ୟାଙ୍ଗା ୨୦୨୦ ନେଇ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିସାରିଛନ୍ତି । ଏହା ପୂର୍ବରୁ ଏହି ବାବା ୯/୧୧ ଏବଂ ଅନେକ ସଠିକ୍ ଭବିଷ୍ୟବାଣୀ କରିଥିଲେ ।

ୟୁରୋପ ଉପରେ ମୁସଲିମ ଚରମପନ୍ଥୀ ରାସାୟନିକ ଆକ୍ରମଣ କରିବେ ବୋଲି ସେ କହିଥିଲେ । ୮୫ ବର୍ଷ ବୟସରେ ୧୯୯୬ରେ ଏହି ବାବା ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ ସେ ନିଜ ମୃତ୍ୟୁ କଥା ମଧ୍ୟ ଆଗରୁ କହିଥିଲେ । ଏହା ପୂର୍ବରୁ ୫୦୭୯ ବର୍ଷ ପର୍ଯ୍ୟନ୍ତ ଆଗୁଆ ଭବିଷ୍ୟବାଣୀ ମଧ୍ୟ କରି ସାରିଛନ୍ତି ।

୨୦୨୦ରେ ରୁଷିଆ ଓ ଆମେରିକାର ରାଷ୍ଟ୍ରପତିଙ୍କ ଉପରେ କରିଥିବା ଭବିଷ୍ୟବାଣୀ ଏବେ ଚର୍ଚ୍ଚାର କାରଣ ହୋଇଛି । ଯଦି ତାଙ୍କ କଥା ସତ ହୁଏ ତା’ହେଲେ କ୍ରେମଲିନରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର କରାଯିବ ।

ତେବେ ଏଥିରେ ତାଙ୍କ ପ୍ରାଣ ଯିବ କି ନାହିଁ ଭ୍ୟାଙ୍ଗା ସ୍ପଷ୍ଟ କରି ନାହାଁନ୍ତି । ଅପରପକ୍ଷରେ ଟ୍ରମ୍ପ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସେ କହିଛନ୍ତି ।

ସବୁଠାରୁ ବଡ କଥା ଟ୍ରମ୍ପ କୌଣସି ଗୁରୁତର ସ୍ୱାସ୍ଥ୍ୟାବସ୍ଥାରେ ଆକ୍ରାନ୍ତ ହୋଇ ନାହାଁନ୍ତି । ସେ ନିୟମିତ ଭାବେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ପୁତିନଙ୍କ ଚାରିପଟେ ସବୁବେଳେ ସ୍ନାଇପର ସୁରକ୍ଷା ପାଇଁ ରହିଛନ୍ତି । ଏହାକୁ ଭେଦ କରି କିପରି ଆକ୍ରମଣ କରାଯିବ ତାହା ମଧ୍ୟ ବିଶେଷଜ୍ଞ ମାନେ ଜାଣି ପାରୁ ନାହାନ୍ତି ।

ସୁବଠାରୁ ଗୁରୁତ୍ୱପୂର୍ଣ୍ଣ ରସାୟନିକ ଆକ୍ରମଣ । ଏହାକୁ ଅବିଶ୍ୱାସ କରିହେବ ନାହିଁ । କେତେକ ମୁସଲିମ ଦେଶ ପାଖରେ ରସାୟନିକ ଆକ୍ରମଣ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି ।

ତେବେ ଏଥିରେ କେତେ ସତ୍ୟତା ଅଛି, ସେନେଇ କୌଣସି ଯୁକ୍ତିଯୁକ୍ତ ପ୍ରମାଣ ମିଳିପାରିନଥିବା ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.