Latest Odisha News

BREAKING NEWS

ରାଜ୍ୟରେ ଟ୍ରିପଲ୍‌ ‘M’ ସରକାର ଚାଲିଛି: ସଭାପତି ହେବା ପରେ ମନମୋହନଙ୍କୁ ପ୍ରଶଂସାରେ ପୋତିଲେ ନେତା, ମନ୍ତ୍ରୀ

ଭୁବନେଶ୍ୱର: ପୁଣି ଥରେ ରାଜ୍ୟ ବିଜେପି ସଭାପତି ପଦରେ ବସିଲେ ମନମୋହନ ସାମଲ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲଁ। ତେବେ ମନମୋହନ ବିଜେପି ସଭାପତି ଭାବେ ପାଇବା ପରେ ମନମୋହନଙ୍କୁ ପ୍ରଶଂସାରେ ପୋତିଲେ ମୁଖ୍ୟମନ୍ତ୍ରୀ। ୨୦୨୪ରେ ମନମୋହନ ଭାଇଙ୍କ ପାଇଁ ରାଜ୍ୟରେ ସରକାର ହୋଇଛି କହିଲେ ମୁଖ୍ୟମନ୍ତ୍ରୀ।

ବିଜେପି ଏକାକୀ ସରକାର ଗଠନ କରିବା ସମ୍ଭବ ହୋଇପାରିଛି। ୨୧ରୁ ୨୦ ସାଂସଦ ଜିତିବା ମନମୋହନ ଭାଇଙ୍କ ନେତୃତ୍ବ ପାଇଁ ହୋଇଛି। ଓଡ଼ିଶା ଆଜି କେନ୍ଦ୍ରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ABVP କର୍ମକର୍ତ୍ତାରୁ ବିଧାୟକ, ମନ୍ତ୍ରୀ, ସାଂସଦ, ଚତୁର୍ଥ ଥର ପାଇଁ ସଭାପତି ହୋଇଛନ୍ତି ମନମୋହନ। ସେହିପରି ସାଂସଦ ସମ୍ବିତ ପାତ୍ର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସମ୍ବିତ ପାତ୍ର କହିଛନ୍ତି, ରାଜ୍ୟରେ ଟ୍ରିପଲ୍‌ ‘M’ ସରକାର ଚାଲିଛି।

ମୋଦି, ମୋହନ ଓ ମନମୋହନ ସରକାର ଚାଲିଛି। ମନମୋହନ ସାମଲ ପୁନଃ ସଭାପତି ନିର୍ବାଚିତ ହେବା ଅବସରରେ ସମ୍ବିତ ପାତ୍ର ଏପରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳ ପାଇଁ ବଡ଼ ବଳିଦାନ ଦେଇଛନ୍ତି ମନମୋହନ ଭାଇ। ନିଜ ଚାନ୍ଦବାଲି ଆସନକୁ ବାଜିରେ ଲଗାଇ ହାରିଲେ। କେନ୍ଦ୍ରୀୟ ନେତୃତ୍ବ ଯେତେବେଳେ ତାଙ୍କୁ ନିଜ ଆସନ ଦେଖ କହିଲେ, ସେତେବେଳେ ସେ କହିଥିଲେ ମୋ ପାଇଁ ମୋ ଦଳ ବଡ଼।

ମନମୋହନ ସାମଲଙ୍କ ପାଇଁ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଛି। ତାଙ୍କ ପାଇଁ ଡବଲ ଇଞ୍ଜିନ ସରକାର ସମ୍ଭବ ହୋଇପାରିଛି। ତାଙ୍କ ନେତୃତ୍ବରେ ଦଳ ଆହୁରି ଆଗକୁ ବଢ଼ିବ।’ ଏପରି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Comments are closed.