Latest Odisha News

BREAKING NEWS

ଦିଗପହଣ୍ଡିରେ ଅଣାୟତ୍ତ ଝାଡ଼ାବାନ୍ତି, ଆଉ ୧୦ ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ବ୍ୟାପୁଛି ଡାଇରିଆ। ସାନଖେମୁଣ୍ଡି ପରେ ପାତ୍ରପୁରରେ ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତ ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତ । ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଗାଁକୁ ଫେରିଥିବା ଜଣାପଡିଛି। ଗତ କିଛି ଦିନ ଧରି ବର୍ଷା ଲାଗି ରହିବା ଫଳରେ ଖାଦ୍ୟପେୟରେ ଅସ୍ଥିରତା ହେବା କାରଣରୁ ଝାଡା ବାନ୍ତି ହୋଇଥିବା କୁହାଯାଉଛି।

ଏନେଇ ସୂଚନା ପାଇ ଜିଲ୍ଲା ସ୍ତରୀୟ ଟିମ୍ ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ଗ୍ରାମରେ ତୁରନ୍ତ ପହଞ୍ଚି ଆକ୍ରାନ୍ତ ଲୋକଙ୍କ ଚିକିତ୍ସା କରିବା ସହ ଘରକୁ ଘର ଓଆରଏସ୍ ପ୍ୟାକେଟ୍, ଔଷଧ, ହାଲୋଜେନ୍ ବଟିକା ବଣ୍ଟନ ଆଦି ବଣ୍ଟନ କରିଥିଲେ । ପାନୀୟ ଜଳ ଓ ଝାଡ଼ା ଆଦିର ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ କର୍ମୀ ଓ ପ୍ରଶାସନ ଗାଁ ରେ ପହଞ୍ଚି ସଚେତନ କରାଇଛନ୍ତି।

ସେହିପରି ଗତ ଗୁରୁବାର ଗ୍ରାମର ଦାସ ଶବର ଝାଡ଼ାବାନ୍ତିରେ ଜୀବନ ଯାଇଥିବା ବେଳେ ସୋମବାର ପ୍ରକାଶ ରଇତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ସାନଖେମୁଣ୍ଡି ବ୍ଲକ ତାଳପୁର ଗ୍ରାମର ଗଙ୍ଗା ନାଇକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହେଇଥିଲା ।

ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ଆବଶ୍ୟକୀୟ ଔଷଧ, ଇଞ୍ଜେକସନ ସାଲାଇନ୍ ଆଦି ଡାକ୍ତରଖାନା, ସ୍ବାସ୍ଥ୍ୟ ଉପକେନ୍ଦ୍ର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ରଖାଯାଇଛି ବୋଲି ସେ କହିଛନ୍ତି ।

Comments are closed.