Latest Odisha News

BREAKING NEWS

ଇଂଜିନରେ ଯାନ୍ତ୍ରିକ ତ୍ରୁଟି: ଜରୁରୀ ଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ବିହାରର ଜୟପ୍ରକାଶ ନାରାୟଣ ଏୟାରପୋର୍ଟରେ କଲା ଅବତରଣ। ପକ୍ଷୀ ସହ ବିମାନ ମାଡ଼ ହେବାରୁ ଇଂଜିନରେ ଯାନ୍ତ୍ରିକ ତ୍ରୁଟି। ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ବିମାନ 6E509ର ୧୬୯ ଯାତ୍ରୀ। ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ଇଣ୍ଡିଗୋ ବିମାନ।

ସୂଚନା ଅନୁସାରେ ପାଟନାରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ୫୦୦୯ ରେ ପକ୍ଷୀ ମାଡ଼ ହୋଇଥିଲା । ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏହି ବିମାନରେ ୧୭୫ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ଇଣ୍ଡିଗୋ ବିମାନଟି ସକାଳ ପ୍ରାୟ ୯.୩୦ ରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବାର କିଛି ମିନିଟ୍ ପରେ ବିମାନରେ ଏକ ପକ୍ଷୀ ସହିତ ମାଡ଼ ହୋଇଥିଲା । ପକ୍ଷୀ ମାଡ଼ ପରେ ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ATC) ସହିତ ଯୋଗାଯୋଗ କରି ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ।

ସକାଳ ୧୦ ରେ ବିମାନଟି ସୁରକ୍ଷିତ ଭାବରେ ପାଟନା ବିମାନବନ୍ଦରରେ ଅବତରଣ କରାଯାଇଥିଲା। ତେବେ ପାଇଲଟଙ୍କ ବିଚକ୍ଷଣ ବୁଦ୍ଧି ଏବଂ ଶୀଘ୍ର ନିଷ୍ପତ୍ତି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଗଲା । ବିମାନକୁ ଜୟ ପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦର ପାଟନାରେ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା । ଇଞ୍ଜିନିୟରମାନେ ବିମାନକୁ ମରାମତି କରୁଛନ୍ତି ଏବଂ କ୍ଷତି ଆକଳନ କରୁଛନ୍ତି ।

 

Comments are closed.